STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ପାଦ ତଳେ ମଥା ନଇଁ ଯାଏ

ପାଦ ତଳେ ମଥା ନଇଁ ଯାଏ

1 min
361

ଶରତର ଏଇ ଶୁଭ୍ରତାରେ 

ନୀଳନୀଳ ଏଇ ଆକାଶରେ 

ଧଳା ଧଳା ମେଘ ଭାସିଯାଏ 

ପଦ୍ମ ଫୁଲର ପାଖୁଡାରେ 

ମଧୁପର ମଧୁ ଗୁଞ୍ଜନରେ 

ଶେଫାଳି ଫୁଲର ମହକରେ 

ବେଦ ମନ୍ତର ଝଙ୍କାରରେ 

ପାର୍ବଣ ଯେବେ ଆସିଯାଏ 

ଖିଲି ଖିଲି ହସି ପବନରେ 

କାଶତଣ୍ଡୀ ହସେ ନଈ କୂଳେ

ଜ୍ୟୋତ୍ସ୍ନାରେ ଭିଜେ ପୁଲକରେ

ଆନନ୍ଦରେ ମନ ନାଚିଯାଏ 

ମାଆ ଆଗମନୀ ବାର୍ତ୍ତା ଦେଇଯାଏ

ବାଟୋଇ ଘଡିଏ ରହିଯାଏ

କାଶତଣ୍ଡୀ ଦେଖି ହଜିଯାଏ 

ଆଲଟ ଚାମର ସାଜି କାଶତଣ୍ଡୀ 

ଶାନ୍ତି ମୈତ୍ରୀ ପ୍ରୀତି ବାଣ୍ଟୁଥାଏ

ମା' ରୂପ ଆଖିରେ ଦିଶିଯାଏ 

ପାଦ ତଳେ ମଥା ନଇଁ ଯାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍