ପାଦ ତଳେ ମଥା ନଇଁ ଯାଏ
ପାଦ ତଳେ ମଥା ନଇଁ ଯାଏ
1 min
360
ଶରତର ଏଇ ଶୁଭ୍ରତାରେ
ନୀଳନୀଳ ଏଇ ଆକାଶରେ
ଧଳା ଧଳା ମେଘ ଭାସିଯାଏ
ପଦ୍ମ ଫୁଲର ପାଖୁଡାରେ
ମଧୁପର ମଧୁ ଗୁଞ୍ଜନରେ
ଶେଫାଳି ଫୁଲର ମହକରେ
ବେଦ ମନ୍ତର ଝଙ୍କାରରେ
ପାର୍ବଣ ଯେବେ ଆସିଯାଏ
ଖିଲି ଖିଲି ହସି ପବନରେ
କାଶତଣ୍ଡୀ ହସେ ନଈ କୂଳେ
ଜ୍ୟୋତ୍ସ୍ନାରେ ଭିଜେ ପୁଲକରେ
ଆନନ୍ଦରେ ମନ ନାଚିଯାଏ
ମାଆ ଆଗମନୀ ବାର୍ତ୍ତା ଦେଇଯାଏ
ବାଟୋଇ ଘଡିଏ ରହିଯାଏ
କାଶତଣ୍ଡୀ ଦେଖି ହଜିଯାଏ
ଆଲଟ ଚାମର ସାଜି କାଶତଣ୍ଡୀ
ଶାନ୍ତି ମୈତ୍ରୀ ପ୍ରୀତି ବାଣ୍ଟୁଥାଏ
ମା' ରୂପ ଆଖିରେ ଦିଶିଯାଏ
ପାଦ ତଳେ ମଥା ନଇଁ ଯାଏ।
