STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଵୋଉ

ଵୋଉ

1 min
282

 


କିଏ ଡାକେ ମମି ମାମା ବୋଲି 

         ମୁଁ ଡାକେ ତାକୁ ବୋଉ


ଵୋଉ ଡାକଟି କେଡେ  

         ମଧୁର ଜଗତେ ରହିଥାଉ


ବୋଉ ଡାକରେ କେଡେ ମମତା

         ଜଣାପଡେ ତାର କେତେ ଆତ୍ମୀୟତା 


ବୋଉ ଡାକରେ ଥାଏ ମଧୁରତା

        ସ୍ନେହମୋହରେ ଲାଗେ ସେତ ନିବିଡତା


ବିଲୀନ ହୋଇଯାଏ ସେହି ଶବ୍ଦର ଗଭିରତାରେ

        ତ୍ୟାଗର ତୁଳନା ନାହିଁ ତାର ମଧୁରତାରେ


ବୋଉ ବୋଲି ପଦେ ଡାକିଦେଲେ

        ବେଦନା ଯାତନା ସବୁ ଯାଏ ତ ଚାଲି

         

ମଧୁଠୁ ମଧୂର ଅଟେ ତାର ନାଆ

         ସବୁଠାରୁ ଶ୍ରେଷ୍ଠ ଏକାକ୍ଷର ମନ୍ତ୍ର ଅଟେ ମାଆ


ଯୁଗେ ଯୁଗେ ସେ ବନ୍ଦନୀୟା

         ସନ୍ତାନର ହିତ ଚିନ୍ତାକରି ହୋଇଥାଏ ମହନୀୟା


ଗର୍ଭ ଯନ୍ତ୍ରଣା କେତେ ସହିଛି ଯିଏ

         କୋଳେଇ କାଖେଇ ବଡ କରିଛି ସିଏ

         

ତା ଭଳି ଆଉ ଅଛି ବା କିଏ

        ସାକ୍ଷାତ ଚଳନ୍ତି ପ୍ରତିମା ଜୀବନ୍ତ ଦେବୀଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍