STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଓଠ ତଳ ହସ

ଓଠ ତଳ ହସ

1 min
161

ତା ଓଠ ତଳେ ହସକୁ ଦେଖି

ଚହଲି ଗଲି ସେ ଦିନ

ଯେମିତି ସମୁଦ୍ରର ଢେଉ

ପବନର ସାଇଁସାଇଁ ସ୍ବର

ଗୋଟେ ଭୟଙ୍କର ଉନ୍ମାଦନା

କ୍ଷୁଧାର୍ତ୍ତ ଆଉ ତୃଷାର୍ତ୍ତ ପରି

ବାସନା କାମନାରେ।


ତାକୁ ଭିଡି଼ ଧରିଲି 

ଆଗ ପଛ କିଛି ବି ନ ଭାବି

ସେ କୋଳେଇ ନେଲା ମୁଠାଏ ହସରେ

ବୁଣିଦେଲା କିରିକିରି ସୋରିଷର ଫୁଲ 

ଆଉ ହଠାତ୍ କେମିତି ଭିନ୍ନେ ହୋଇଗଲା

ବୁଢୀ଼ ଅସୁରୁଣୀ ପରି ତା' ବଡ଼ବଡ଼ ଦାନ୍ତ

ଚିମିନିର ଧୂଆଁ ପରି ନିଃଶ୍ୱାସ ପ୍ରଶ୍ୱାସ।


ମୋତେ କୋଳେଇ ଫିଙ୍ଗି ଦେଲା ଦୂରକୁ

ମାଡି଼ ବସି ଶକ୍ତ ଆଉ ମୁନିଆଁ ନଖରେ

ବିଦାରି ରକ୍ତକୁ ପିଇଲା।


ମୋର ଅବଶୋଶ ରହିଗଲା

କାମନା ଦୋଳିରେ ବସି ପାରିଲିନି

ଯାହା ସଂସାରର ସବୁଠୁ ସୁଖ 

ଗୋଟେ ବିପରୀତ ଲିଙ୍ଗ।


ମୋତେ ପାରି କରିଦେଲା

ସାତ ସମୁଦ୍ର ତେର ନଈ

ଯେଉଁଠୁ ଆସିଥିଲି ଲଙ୍ଗଳା ହୋଇ।


ସତରେ ! 

ଓଠ ତଳ ହସ

ଲାଭ ନା କ୍ଷତି?

ଯଦି ଲାଭ

ମୋ ପରି ଭୟଙ୍କର ନିଶାରେ ଝଡି଼ ଯାଇ ପାର

ବର୍ଷାର ଝଡି଼ପୋକ ପରି

ଯଦି ନାଁ 

ତେବେ ସଂସାରର ରଙ୍ଗମଞ୍ଚ କ'ଣ

ଶୁଷ୍କ ମରୁଭୂମି

ଯେମିତି ସାହାରା ଓ କାଲାହାରୀ?


ପ୍ରଶ୍ନ ଦେଲି ଆପଣଙ୍କୁ ଆଉ 

ଉତ୍ତର ଅପେକ୍ଷାରେ।


ହେ ପୃଥିବୀର ପୁରୁଷ ସମାଜ 

ଓଠ ତଳ ହସ ତେବେ 

ଭଲ ନା ମନ୍ଦ?

ଶୁଭ ନା ଅଶୁଭ??

ଲାଭ ନା କ୍ଷତି???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍