STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
477

ଓଁ

ଓଁ କାର ସ୍ୱରୂପ ନାହିଁ ଆଦି ଅନ୍ତ

ତୁମେ ହେ ଜଗତ ସ୍ୱାମୀ 

ଓଁ ବୀଜମନ୍ତ୍ର ଧ୍ୟାନ କରି ଯୋଗୀ

କୈଳାସେ ପାରନ୍ତି ରମି। 


ନର ଯକ୍ଷ ଦେବ ଗନ୍ଧର୍ବ ଦାନବ

ସବୁରୀ ଆରାଧ୍ୟ ତୁମେ 

ନଟରାଜ ତୁମ ରୁଦ୍ର ତାଣ୍ଡବରେ

ଆତ୍ମା ମୋକ୍ଷଧାମ ଭ୍ରମେ।


ମଃ

ମହାମୃତ୍ୟୁଞ୍ଜୟ ଆହେ ମହାକାଳ

ଜନ୍ମ ମୃତ୍ୟୁ ଅଧୀଶ୍ଵର 

ମନ ଧନ ଜନ ଦେହ ବୁଦ୍ଧି ପ୍ରାଣ

ଘେନା କର ଯୋଗେଶ୍ୱର। 


ଶି

ଶିର ପରେ ଶୋଭେ ଗଙ୍ଗା ଶ୍ୱେତଭାନୁ

ଗଳାରେ ଭୁଜଙ୍ଗ ହାର 

ଶିବା ହୃଦେଶ୍ୱର ଭୋଳା ମହେଶ୍ୱର

ତୁମେ ହିଁ ସଂସାର ସାର। 


ବା

ବାମଦେବ ତୁମେ କରୁଣା ସାଗର

ଅଭୟ ବର ଦାୟକ 

ବାଚାଳ ମୁଁ ଜାଣିନାହିଁ କି ମାଗିବି

ତୁମେ ଜୀବନ ନାୟକ।


ଯଜ୍ଞ ଜପ ମନ୍ତ୍ର ଧ୍ୟାନ ଜାଣେନାହିଁ

ଜାଣେନା ମୁଁ ପୂଜା ବିଦ୍ଧି 

ଯମଭୟ ହର ଆହେ ବିଶ୍ୱେଶ୍ୱର

ତୁମେ ଜୀବନର ସିଦ୍ଧି। 



Rate this content
Log in