STORYMIRROR

SRIKANTA PRADHAN

Others

3  

SRIKANTA PRADHAN

Others

ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

1 min
1.0K

ଅଭ୍ୟାସ କର ମନ ନିତ୍ୟ, ଶ୍ରୀମଦ ଭାଗବତ l

ଅଜ୍ଞାନତା ଯିବ ଏ ଗ୍ରନ୍ଥ ପଠନେ

ଭାଗବତ ସିନା ପରମ ଶାସ୍ତ୍ର l00l (ଘୋଷା )


ବ୍ୟାସଦେବ କଲେ ରଚନା ନାରାୟଣ ଯଶ ବର୍ଣ୍ଣନା

ଜଗନ୍ନାଥ ଦାଶ ପ୍ରାକୃତ ଭାଷାରେ

ଦ୍ୱାଦଶ ସ୍କନ୍ଧକୁ କଲେ ପ୍ରଣୀତ l01l


ଆଦ୍ୟ ବେନି ସ୍କନ୍ଧର ଗାଥା ଭାଗବତ ଆଗତ କଥା

ତୃତୀୟେ ବ୍ରହ୍ମାଣ୍ଡ ସର୍ଜନା ଚତୁର୍ଥେ -

ଧ୍ରୁବ ତପେ ଧ୍ୟାୟୀ ଅଜପା ମନ୍ତ୍ର l02l


ପଞ୍ଚମେ ଭ୍ରାତ ନୃପମଣି ସାତପୁତ୍ରେ ବାଣ୍ଟି ଧରଣୀ

ଷଷ୍ଠେ ନାରାୟଣ ନାମ ଉଚ୍ଚାରିଣ

ପାପୀ ଅଜାମ୍ବିଳ ହେଲା ମୁକତ l03l


ସପ୍ତମେ ପ୍ରହଲ୍ଲାଦ ଜନ୍ମ ହିରଣ୍ୟ -ଅକ୍ଷ ବିଦାରଣ

ଅଷ୍ଟମେ ସାଗର ହୋଇଲା ମନ୍ଥନ

ଗଜ ମକର ର ଯୁଦ୍ଧ ଚରିତ l04l


ବଂଶାନୁକ୍ରମିକ ନବମ ଦଶମେ ଗୋବିନ୍ଦ ଜନମ

ଗୋପ ବୃନ୍ଦାବନ ମଥୁରା ଦ୍ୱାରିକା

କହ୍ନାଇ ଅଦ୍ଭୁତ ଲୀଳା ବର୍ଣ୍ଣିତ l05l


ଏକାଦଶେ ଷଡ଼ ସମ୍ବାଦ ତତ୍ତ୍ୱ ଅର୍ଥ ହୋଇଲା ଭେଦ

ଦ୍ୱାଦଶ ସ୍କନ୍ଧରେ ପରୀକ୍ଷିତ ଆଗେ

ଶୁକ ବିହିଲେ ଭବିଷ୍ୟ ଆଗତ l06l


କହିଲା ଦୀନ ପ୍ରେମାନନ୍ଦ ଭାଗବତ ଦ୍ୱାଦଶ ସ୍କନ୍ଧ

ଅଭ୍ୟାସ ରେ ମନ ଚିନ୍ତି ଚଇତନ

ଦଣ୍ଡି ନପାରିବ ମାର୍ତ୍ତଣ୍ଡ ସୁତ l07l



Rate this content
Log in