ଓମିକ୍ରନ
ଓମିକ୍ରନ
ସଂସାରକୁ ଆସିବାର ଯାହାର ଅଛି ଅବଶ୍ଯ ଆସିବେ
ପାଣି,ପବନ ଓ ଆଲୋକ ହୁଅନ୍ତୁ କି
ପଶୁ,ପକ୍ଷୀ,ସରୀସୃପ,କୀଟ ଓ ପତଙ୍ଗ
ଈଶ୍ବରଙ୍କ ଇଛା ଓ ଆଶାକୁ କିଏ
ଅଟକାଇ ପାରିଛି ନା ପାରିବ?
ଏହା ତ ସୃଷ୍ଟର ନିୟମ
ଯେମିତି ଆସିବା ଓ ଯିବା
ରାତି ଆସି ଚାଲିଯାଏ
ବର୍ଷା ମଧ୍ଯ ବେଶି ଦିନ ରହିପାରେ କି
ତେବେ ଓମକ୍ରିନ ପାଇଁ ବ୍ଯସ୍ତ ଓ ବିବ୍ରତ କାହିଁକି?
ଆସୁଛି ତ ଆସିବାକୁ ଦେବା
ଯଦି ଭାବିବା ଭାରି ଭୟଙ୍କର
କ୍ଷୟ ଓ କ୍ଷତି ଘଟେଇବ
ତେବେ ସଜାଗ ରହିବାକୁ ହେବ
ମାକ୍ସ,ସାନିଟାଇଜର ଆଉ ଦୂରତା ରକ୍ଷା ସହ
ବାରମ୍ବାର ହାତକୁ ସାବୁନରେ ଧୋଇବା
ସର୍ବଦା ଗରମ ଖାଦ୍ଯ ସହ
ନିଜ ଦେହ ସତେଜ ରଖିବା।
ଆଜ୍ଞା !
ଓମକ୍ରିନ କ'ଣ କି?
ଗୋଟେ ଅଦୃଶ୍ଯ ଶକ୍ତି
ଗୋଟେ ବୈଜ୍ଞାନିକ ମତରେ ଭାଇରସ
ତେବେ ସେ କିଛି ବି କରିବା ଆଗରୁ
ସତର୍କ ରହିଲେ ହିଁ
ଲାଞ୍ଜକୁ ମୋଡି଼ ଅବଶ୍ଯ ଚାଲିଯିବ
ଯେଉଁଠୁ ଆସିଥିଲା ସେଠିକି
ଯେମିତି ଦୋଳି ଖେଳେ ପାଣି
ଦିନ ପରେ ରାତି ଆସିଥାଏ।
ଏ ତ ଆମ କର୍ମର ବ୍ଯତିକ୍ରମର ଫଳ
ନିଜ ଗୋଡ଼କୁ ଚୋଟ ହିଁ ମାରୁଛେ,ନୁହେଁ କି?
ଯଦି ପାଣି,ପବନ ଓ ଆଲୋକ
ସହିତ ବୃକ୍ଷକୁ ଛେଦନ
ଅଥବା କ୍ଷେପଣାସ୍ତ୍ର ଉଦ୍ଭାବନ ଆଉ ପ୍ରୟୋଗ ରୋକିବା
କଳକାରଖାନା ବସାଇଲେ ବି ପଚା ପାଣି,ଧୂଳି ଆଉ ଧୂଆଁକୁ ରୋକିବା
ଅବଶ୍ଯ ଈଶ୍ବର ସନ୍ତୁଷ୍ଟ ହେବେ
ଆଉ ଓମକ୍ରିନ ପରି ଭାଇରସକୁ
ସୃଷ୍ଟି କରିବେ ନା ଆମକୁ ଭୟ ଦେଖାଇବେ?
