Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chttaranjan Parida

Others

3.7  

Chttaranjan Parida

Others

ଓଲଟ ପାଲଟ

ଓଲଟ ପାଲଟ

1 min
12.1K


ଉତ୍ତରୁ ବହୁଛି ଦକ୍ଷିଣା ପବନ

ମନ ପୁଲକିତ କରି,

ନିଶିରେ ଉଦୟ ଦିବାକର ଆହା

ଅନ୍ଧାରକୁ ଦୂର କରି ।


କବିର ଅଭାବ ଭାବ ରହିଅଛି

ଅଭାବୁକ ଭାବେ ବେଶୀ,

ନିର୍ଦ୍ଧନ ଦେଉଛି କୋଟି ଉପହାର

ଧନୀ ଦେଖୁଅଛି ବସି ।


ବିଦ୍ଵାନ ପାଖରେ ଜ୍ଞାନର ଅଭାବ

ବୁଝେ ନାହିଁ ଜମା କିଛି,

ନିରକ୍ଷର ବାଣ୍ଟେ ଜ୍ଞାନର ଭଣ୍ଡାର

ଅବନା ପାଠରେ ମଜ୍ଜି ।


ନାରୀ ତ ପିନ୍ଧଇ ପୁରୁଷ ବସନ

ନିଜକୁ ପାରୁନି ଜାଣି,

ଅଲାଜୁକ ଠାରେ ଲଜ୍ଜାର ଲକ୍ଷଣ

ଲାଜୁକର ଲଜ୍ଜା ନାହିଁ ।


ଉତ୍ତରୁ ବହିଲେ ଦକ୍ଷିଣା ପବନ

ମନ ପୁଲକିତ ହେବ,

ଦକ୍ଷିଣ ଉତ୍ତାରୁ ଉତ୍ତରା ବହିଲେ

ଶରୀର ଯେ କ୍ଷୀଣ ହେବ ।


ଉତ୍ତରା ଦକ୍ଷିଣା ଯେବେ ମିଶିଯିବ

ଦିନରେ ଅନ୍ଧାର ଘୋଟିବ,

ପାଦପଟେ ଜନ୍ମ ଓଲଟା ପ୍ରକାର

ନିୟତି ଇଛାରେ ହେବ ।



Rate this content
Log in