STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଓଡି଼ଶା

ଓଡି଼ଶା

1 min
408


ଯେଉଁ ଓଡି଼ଶା ପ୍ରଖ୍ଯାତ ବିଶ୍ବେ

ଯା'ର କାଳିଆ ଜଗତେ ହସେ

ତାହାର ହାତ ପରଶ ପାଇ

ବଞ୍ଚିଛୁ ଆମେ ପବିତ୍ର ହୋଇ।୧

ମହୋଦଧୀଟି ଗର୍ଜନ କରି

ପାଦ ଧୋଉଛି ଆନନ୍ଦ ଭରି

ଯାହାର ପାଣି ସ୍ବଚ୍ଛ ନିର୍ମଳ

ମହାନଦୀ ହିଁ ଆମର ବଳ।୨

କୋଣାର୍କ ଯା'ର କୀର୍ତ୍ତି ରଖିଛି

ସଭିଙ୍କ ମନ ହସାଉ ଅଛି

ଓଡି଼ଶୀ ନୃତ୍ଯ ବିଶ୍ବେ ପ୍ରସିଦ୍ଧ

ହୀରାକୁଦ ବି ପଥର ବନ୍ଧ।୩

ପାରାଦୀପର ଜାହାଜ ଆଜି

ବଣିଜ ପାଇଁ ସତେ କି ସୃଜି

ପିପିଲି ତାରକସି ଚାନ୍ଦୁଆ

ରସଗୋଲା ବି ଦେଖାଏ ହିଆ।୪

ଓଡି଼ଆ ପୁଅ ଜୀବନ ଦେଇ

ମାନ ମହତ ରଖିଛି ଭାଇ

ପାଇକ ପୁଅ ସ୍ବାଧୀନ ପାଇଁ

ପ୍ରଥମ କରି କଲେ ଲଢେଇ।୫

କେନ୍ଦୁଝରର ଲୁହ ପଥର

ବିଶ୍ବରେ ଆଜି ହିଁ ଦରକାର

ଲୁଟିଲେ ବି ତ ସହୁଛି ସବୁ

ଦିକୁ ସଦୃଶ କରିକି କାବୁ।୬

ଖଣି ଓ ପାଣି ହରେଇ ଚାଲେ

ତଥାପି ଦୁଃଖ ନୁହେଁରେ ଭାଲେ

ତ୍ଯାଗରେ ଏହି ଓଡି଼ଆ ଜାତି

ମାନ ମହତ ରଖିବ କୀର୍ତ୍ତି।୭

ସପନ ତାର ମରିବା ଇଚ୍ଛା

ମାରିବ ନାହିଁ କାହାକୁ ପଛା

ଜଗତ ପାଇଁ ବଳିଦାନ ତା

ଖଞ୍ଜିଛି ବୋଧେ ଭାଗ୍ଯ ବିଧାତା।୮

ସ୍ନେହ ପ୍ରେମକୁ ସମ୍ମାନ ସହ

ଭଲ ପାଇଛି ପତାଇ ଦେହ

ଯେତେକ ଆମେ ଓଡିଆ ପୁଅ

ପ୍ରବାସୀ ପଛେ ବୀରତ୍ବ ହୁଅ।୯

ବନ୍ଦୁଛି ଆଜି ଓଡି଼ଆ ଜାତି

ବିଶ୍ବରେ ଯେତେ ଲୋକ ଅଛନ୍ତି

ସୁଖର ସହ ଶାନ୍ତିରେ ରହି

କାନ୍ଦିବ ପଛେ କନ୍ଦାଏ ନାହିଁ।୧୦

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍