ଓଡିଆଣୀ
ଓଡିଆଣୀ
1 min
212
ବାର ମାସେ ତେର ଓଷା ଯିଏ କରେ
ପରିବାଳ ସୁଖ ପାଇଁ
ଶାଶୁ ଶଶୁର ଓ ସ୍ବାମୀ ସେବା କରେ
ନିତି ସିଏ କରୁଥାଇ ।
ମଥାରେ ସିନ୍ଦୂର ହାତେ ତାର ଶଙ୍ଖା
ଦିଶୁଥାଏ ଦାଉ ଦାଉ
ସିଏ ଓଡିଆଣୀ ମଙ୍ଗଳ କାମିନୀ
ସିଏ ମୋର ସୁନା ବୋଉ ।
ବୃନ୍ଦାବତୀ ମୂଳେ ଦିଅଇ ସେ ପାଣି
କରେ ସେ ଜଳ ତର୍ପଣ
ସକାଳରୁ ସଞ୍ଜ ବିଭୁ ପାଦେ ଧ୍ଯାନ
କରେ ସେ ଭକ୍ତି ଅର୍ପଣ ।
