Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Children Stories Classics Fantasy

3  

Dr. Rajib Lochan Panigrahy

Children Stories Classics Fantasy

ଓଡ଼ିଆ ସଂସ୍କୃତି ରେ କାର୍ତ୍ତିକ ପୂର୍ଣ୍ଣିମା

ଓଡ଼ିଆ ସଂସ୍କୃତି ରେ କାର୍ତ୍ତିକ ପୂର୍ଣ୍ଣିମା

2 mins
157


ଆମ ଓଡ଼ିଆ ସଂସ୍କୃତି, ସାହିତ୍ୟ, ପରମ୍ପରା, ଲୋକ କଥା, ଲୋକ କଳା, ପର୍ବ ପର୍ବାଣୀ ବିଶ୍ୱରେ ନିଆରା ସ୍ଥାନ ଅଭିହିତ କରିଆସିଛି | ବର୍ଷରେ ବାରମାସ ରେ ତେର ପର୍ବ ର ବାର୍ତ୍ତା ବହନ କରେ ଆମ ଓଡ଼ିଆ ସଂସ୍କୃତି ଯେଉଁଠି ଜଗତରନାଥ ଜଗନ୍ନାଥ ନିଜେ ମଉଡମଣୀ ହୋଇ ଉଭା ହୋଇଛନ୍ତି | କେଉଁ ମାସ ମାସରେ ପ୍ରଭୁଙ୍କ କେଉଁ ନୀତି ପାଳନ କରାଯାଏ | ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିରରେ କାର୍ତ୍ତିକ ମାସର ସ୍ୱତନ୍ତ୍ର ଭୂମିକା ରହିଛି | ଏହି ମାସ ପ୍ରତ୍ୟୁଷ ରୁ ପ୍ରାୟତଃ ମାଆମାନେ ଶଯ୍ୟା ତ୍ୟାଗ କରି ସ୍ୱାନ ଶୌଚାଦି ସାରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୁଣ ଗାନ ସହ ରାଇଦାମୋଦର ବା ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଧ୍ୟାନ କରିଥାନ୍ତି | ବିଭିନ୍ନ ନୀତିକାନ୍ତି ରେ ନଦୀ କୂଳରେ, ଚଉରା ମୂଳେ ମା ବୃନ୍ଦାବତୀଙ୍କୁ ସୁମରି ନିଜ ମାନସ କାନ୍ଦରରେ ପ୍ରଭୁଙ୍କ ନାମ ସୁମରି ଦିନ କଟାଇଥାନ୍ତି | ଏହି ମାସରେ ଥରେ ମାତ୍ର ସାତ୍ଵିକ ଆହାର ଖାଇ ମାସଟି କାଟିଥାଏ | ମାସ ସାରା ଯେଉଁ ଭଳି ଉତ୍ସର୍ଗର ଭାବ ନେଇ ଚଳନ୍ତି, ଏହା ମୋକ୍ଷ ମାର୍ଗର ପରାକାଷ୍ଠା ବହନ କରେ | ପରିଶେଷରେ କାର୍ତ୍ତିକ ମାସ ପୂର୍ଣମୀ ତିଥିରେ ନଦୀ ବା ଜଳାଶୟର ସେଇ ଚଉରା ମୂଳେ ଘିଅ ଦୀପ ଜାଳି ପୂଜା ଅର୍ଚ୍ଚନା କଲା ପରେ କଳିଙ୍ଗ ର ପୂର୍ବ ଗୌରବ କୁ ମନେ ପକାଇ ଯେଉଁ କଦଳୀ ଓ ମଞ୍ଜା ଖାଇ ମାସ ତମାମ ହବିଷ୍ୟ କରୁଥିଲେ ସେଇ କଦଳୀ ଗଛର ପଟୁଆରେ ବୋଇତ କରି ସେଥିରେ ରାଶି, ଅକ୍ଷତ, ଦୀପ, ଧୂପ, ଫୁଲ ରଖି ବନ୍ଦାପନା କରି ଭସାଯାଏ ଓ କୁହନ୍ତି ଆ କା ମା ବୈ, ପାନ ଗୁଆ ଖାଇ, ପାନ ଗୁଆ ତକ ତୋର ଧରମ ତକ ମୋର ଆଉ କେହି କେହି କହନ୍ତି ଆ କା ମା ବୈ, ପାନ ଗୁଆ ଖାଇ, ପାନ ଗୁଆ ଯାକ ତୋର, ଧରମ ଯାକ ମୋର | ଏହାର ଅର୍ଥ ହେଲା (ଆ)ଷାଢ଼, (କା)ର୍ତ୍ତିକ, (ମା)ର୍ଗଶିର, (ବୈ)ଶାଖ, ଏହି ଚାରିମାସ ବାର ମାସ ଭିତରେ ଧର୍ମର ମାସ ଯାହା ମଣିଷର ଚାରିବର୍ଗ ଧର୍ମ,ଅର୍ଥ, କାମ, ମୋକ୍ଷ କୁ ବୁଝାଏ | କଳିଙ୍ଗ ର ସାଧବ ପୁଅଙ୍କ ପୂରୁବ ଗୌରବ କୁ ମନେ ପକାଇ ନଦୀ ଦ୍ୱାରା ଡ଼ଙ୍ଗାରେ ଆମ ର ପ୍ରସ୍ତୁତ ପଦାର୍ଥ, ଖାଦ୍ୟ ଶସ୍ୟ କୁ ନେଇ ସମୁଦ୍ର ମାର୍ଗରେ ବିଭିନ୍ନ ଦେଶକୁ ଯାଇ ବ୍ୟବସାୟ କରି ସେଠାରେ ମିଳୁଥିବା ଜିନିଷ, ଧନ, ସମ୍ପଦ ରାଜ୍ୟକୁ ଆଣି ସମୃଦ୍ଧ ହେଉଥିଲେ | ବିଭିନ୍ନ ପୂରଣରୁ ଓଡ଼ିଆ ସାଧବ ପୁଅର ବାଣିଜ୍ୟ କଥା ବର୍ଣ୍ଣନା ଅଛି ଓ ବୋଇତ ବନ୍ଦାଇ ଏହି କାର୍ତ୍ତିକ ପୁର୍ଣିମାରେ ସାଧବ ବୋହୂମାନେ ନୌକାକୁ ବନ୍ଦାପନା କରି ଯାତ୍ରା ଆରମ୍ଭ ହେଉଥିଲେ | ପୁଣି ଆଷାଢ଼ ମାସ ର ବର୍ଷା ପୂର୍ବରୁ ସାଧବ ପୁଅମାନେ ସେହି ବୋଇତରେ ସ୍ବଦେଶକୁ ଫେରୁଥିଲେ | ଆଷାଢ଼ରୁ କାର୍ତ୍ତିକ ପର୍ଯ୍ୟନ୍ତ ସାଧବ ପୁଅ ନିଜ ଦେଶରେ ରହି ଚାସ ବାସ ରେ ମନ ଦେଇ ରହୁଥିଲା ବେଳେ କାର୍ତ୍ତିକରୁ ପୁଣି ଆଷାଢ଼ ପର୍ଯ୍ୟନ୍ତ ବାଣିଜ୍ୟ କରିବାପାଇଁ ଯାଉଥିଲେ | ସେ ପୂର୍ବ ଗୌରବକୁ ମାନେ ପକାଇବା ପାଇଁ ପ୍ରତିବର୍ଷ ଓଡ଼ିଆ ନାରୀମାନେ ନଦୀ ଜଳରେ ବା ଅନ୍ୟ ଜଳାଶୟରେ ବୋଇତ ବନ୍ଦାଣ କରିଥାନ୍ତି | ସେହି ଗୌରବ ଏବେ ପରିଲକ୍ଷିତ ହେଉ ନ ଥିବାରୁ ଓଡ଼ିଆ ମାନଙ୍କୁ ସମ୍ବୋଧନ କରି ପଣ୍ଡିତ ଗୋପବନ୍ଧୁ ଦାଶ ପଂକ୍ତିଟିଏ ଲେଖିଥିଲେ-     ଉଠ ଉଠ ଆରେ ଉତ୍କଳ ସନ୍ତାନ     ଶୋଇଥିବୁ ଆଉ କେତେଦିନେ,     ପୂରୁବ ଗୌରବ ପୂରୁବ ମହିମା     ପଡୁନାହିଁ କିରେ ତୋର ମନେ |ସେହି ସ୍ମୃତିକୁ ମନେ ପକାଇ କଟକରେ ବାଲିଯାତ୍ରା, ଗୋପାଳପୁର ବେଳାଭୂମିରେ ବେଳାଭୂମି ମହୋତ୍ସବ ଭଳି ଓଡ଼ିଶାର ଅନେକ ଉପକୂଳ ଅଂଚଳରେ ବୋଇତ ବା ଡ଼ଙ୍ଗାକୁ ସାଂକେତିକ ଚିହ୍ନ ରୂପେ ବ୍ୟବହାର କରି ମହୋତ୍ସବ ଅନୁଷ୍ଠିତ ହୋଇଚାଲିଛି | ଏହି ସବୁ ମହୋତ୍ସବ ମାନଙ୍କରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରା ପର୍ଯ୍ୟବେଶିତ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ଇତ୍ୟାଦି ପରିଚାଳନା କରାଯାଉଛି | ତେଣୁ କାର୍ତ୍ତିକ ପୂର୍ଣ୍ଣିମା ଆମ ସଂସ୍କୃତି ଅବଗାହରେ ପର୍ଯ୍ୟବେଶିତ ଏଥିରେ କିଛି ଦ୍ବିମତ ନାହିଁ |


Rate this content
Log in