STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ଓଡ଼ିଆ ଶିଳ୍ପୀ

ଓଡ଼ିଆ ଶିଳ୍ପୀ

1 min
444


କାରୁକାର୍ଯ୍ୟ ଭରା ଆମ ଏ ଓଡିଶା

କିମ୍ବଦନ୍ତୀ ତାର ସାକ୍ଷୀ,

ନିହାଣ ମୁନରେ ଅପରୂପ କୀର୍ତ୍ତୀ

ଦେଖାଇଛି ଶିଳ୍ପୀ ଜାତି।


କୋଣରକ ଠାରୁ ଶ୍ରୀ ଗୁଣ୍ଡିଚା ଯାଏଁ

ଏଲୋରା ଠାରୁ ଧଉଳି,

ସବୁଠାରେ ଦେଖ ମୋ ଜାତି ଶିଳ୍ପୀର

କାରୁକାର୍ଯ୍ୟ ଭଳି ଭଳି।


ବାରଶ ବଢ଼େଇ ତ୍ୟାଗ ଓ ତପସ୍ୟା

ଧରମାର ଆତ୍ମବଳି,

ଝାଳ ଆଉ ରକ୍ତ ଏକାକାର କରି

ଦେଇଛନ୍ତି ସବୁ ଢାଳି।


ପ୍ରସ୍ତରକୁ ଖୋଳି ନିଖୁଣ କଳାର

ଦେଖାଇଛି ତା ଚାତୁରୀ,

ଶିଳ୍ପୀ ମୁଖେ କି ଥାଏ ଯାଦୁମନ୍ତ୍ର

ହାତେ କୁହୁକ କାଉଁରୀ।


ତୁଙ୍ଗ ଗିରି କାଟି ଜୀବଦାନ ଦିଏ

ଗଡ଼ିଥାଏ କେତେ ମୂର୍ତ୍ତି,

ପାଷାଣ ସାଥିରେ ପାଷାଣ ପାଲଟି

ଦେଖାଏ ତା ନୂଆ କୀର୍ତ୍ତୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍