ଓଡ଼ିଆ ପ୍ରବେଶ ଦ୍ୱାର
ଓଡ଼ିଆ ପ୍ରବେଶ ଦ୍ୱାର
1 min
214
କହିବା ଓଡିଆ ପଢିବା ଓଡିଆ
ଲେଖିବା ଓଡ଼ିଆ ପାାଠ,
ମାଆ କହୁଥିବା ସେ ଭାଷା ମଧୁୁୁର
ଆମ ପାଇଁ ସଦା ଶ୍ରେଷ୍ଠ ।
ଅନ୍ୟ ଭାଷା ସବୁ ଝରକା ସଦୃଶ
ଓଡିଆ ପ୍ରବେଶ ଦ୍ବାର,
ଝରକା ଦେଇକି ପଶି ହୁଏ ଘରେ
ଦ୍ୱାର ଦେଶ ସିନା ସାର ।
ମାତୃଭାଷାର ଯେ କରେ ଅନାଦର
ଧିକ ତା' ଓଡ଼ିଆପଣ,
ଭାଷାର ଉନ୍ନତି ସାଧନରେ ସିନା
ଜାତିର ହେବ କଲ୍ୟାଣ ।
ଏ ମାତୃଭାଷାର ସୁରକ୍ଷା କରିବା
ବଢାଇବା ତା"ର ମାନ ,
ଏଇ ଭାଷା ଆମ ପ୍ରାଣର ସ୍ପନ୍ଦନ
ଏ ଭାଷା ଆମ ଜୀବନ ।
