STORYMIRROR

Chinmayee Sahoo

Others

4  

Chinmayee Sahoo

Others

ଓଡ଼ିଆ ଘରର ନାରୀ

ଓଡ଼ିଆ ଘରର ନାରୀ

1 min
23.4K

ଘୋଡ଼ା ନାଚ ସ୍ୱରରେ ପଢ଼ିବାକୁ ଅନୁରୋଧ ।


ଓଡିଆ ଭାରି ବଢିଆ ଲୋ ସଙ୍ଗାତ

ଓଡ଼ିଆ ଭାରି ବଢିଆ

ଓଡିଆଣି ସତେ ସର୍ବ ଗୁଣଖଣି

ସତେ କି ଗୋଟା ନଡିଆ।


ସେନେହର ମନ୍ଦାକିନୀ ସେ ସଙ୍ଗାତ

ସେନେହର ମନ୍ଦାକିନୀ

ଘରର ଲକ୍ଷ୍ମୀ ସେ ମନ୍ଦିର ପରାୟେ

ଘରକୁ କରଇ ପୁଣି।


ମାଆ ରୂପେ ସେ ଅତୁଲ୍ୟ ଗୋ ସଙ୍ଗାତ

ମାଆ ରୂପେ ସେ ଅତୁଲ୍ୟ

ନିଜେ ଭୋକେ ରହି ପିଲାଙ୍କୁ ଖୁଆଏ

ମମତା ଅମୁଲ ମୁଲ।


ଭାଇ ର ଶୁଭ ମନାସି ଗୋ ସଙ୍ଗାତ

ଭାଇ ର ଶୁଭ ମନାସି

ମଙ୍ଗଳା ପୂଜଇ ରାକ୍ଷୀ ବାନ୍ଧୁଥାଇ

ମନେ ଭରେ ଯେତେ ଖୁସି। 


ଲାଜେଇ ପ୍ରିୟା ରୂପରେ ଗୋ ସଙ୍ଗାତ

ଲାଜେଇ ପ୍ରିୟା ରୂପରେ

ଲାଜର ଗହଣା ପିନ୍ଧି ଓଡ଼ିଆଣୀ

ପ୍ରିୟତମ ମନହରେ।


ପତ୍ନୀ ରୂପେ ପତିପ୍ରାଣା ସେ ସଙ୍ଗାତ

ପତ୍ନୀ ରୂପେ ପତିପ୍ରାଣା

ପତି ପରିବାର ସେବାରେ ନିମଗ୍ନ

ଭୁଲି ତା'ନିଜ ଠିକଣା।


ସରୁ ଓଢଣାକୁ ଦେଇ ସେ ସଙ୍ଗାତ

ସରୁ ଓଢଣାକୁ ଦେଇ

ତୁନି ତୁନି କହି ମଧୁର ଭାଷଇ

ସ୍ନେହ ସେବା ଢାଳିଦେଇ।


ମଥାରେ ସିନ୍ଦୂର ଟୋପା ତା' ସଙ୍ଗାତ

ମଥାରେ ସିନ୍ଦୂର ଟୋପା

ହାତେ ନାଲି ଶଙ୍ଖା,ପାଦରେ ଅଳତା

ଦିଶେ ସେ ତ ଦେବୀରୂପା।


ହୁଳହୁଳି ଶଙ୍ଖ ନାଦେ ସେ ସଙ୍ଗାତ

ହୁଳହୁଳି ଶଙ୍ଖ ନାଦେ 

ବାରମାସେ ତେର ଓଷା କରୁଥାଇ

ବିପଦେ ହେଉ ଆପଦେ।


ଖିରି ପୁରି ମଣ୍ଡା ଗଢେ ସେ ସଙ୍ଗାତ

ଖିରି ପୁରି ମଣ୍ଡା ଗଢେ

କାଞି ରାଇ ବଡ଼ି ଆଳୁ ଚଟଣି ରେ

ପଖାଳ ସରାଗେ ବାଢେ।


ଧିରେ ପାଦ ଥାପି ଚାଲି ସେ ସଙ୍ଗାତ

ଧିରେ ପାଦ ଥାପି ଚାଲି

ଓଢ଼ଣା ଉହାଡୁ ସଞ୍ଜ ଦିଏ ନୀତି

ପରିବାର ସୁଖ ଭାଳି।


ସୀତା ଓ ସାବିତ୍ରୀ କୁନ୍ତୀ ଗୋ ସଙ୍ଗାତ

ସୀତା ଓ ସାବିତ୍ରୀ କୁନ୍ତୀ

ଅନସୂୟା କୃଷ୍ଣା ଅହଲ୍ୟା ରୂପରେ

ଯୁଗେ ଯୁଗେ ମହାସତୀ।


ତ୍ୟାଗର ମୂରତି ଅଟେ ଗୋ ସଙ୍ଗାତ

ତ୍ୟାଗର ମୂରତି ଅଟେ

ପରିବାର ସୁଖ ପାଇଁ ନାନା ରୂପେ

ଢାଲ ରୂପେ ସେ ପ୍ରକଟେ।


ଓଡିଆ ଘରର ନାରୀ ଗୋ ସଙ୍ଗାତ

ଓଡ଼ିଆ ଘରର ନାରୀ

ଆବାହନୀ ଦିଏ ଶୃଙ୍ଖଳିତ ଏକ ସମାଜକୁ ହାତ ଠାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍