STORYMIRROR

Nayana Kumar Mohanta

Others

3  

Nayana Kumar Mohanta

Others

ଓଦା-ମାଟିର କଣ୍ଢେଇ

ଓଦା-ମାଟିର କଣ୍ଢେଇ

1 min
152


ସାତ-ଜନ୍ମ ଋଣ ଶୁଝି,

ମାଆ-ଜଠରୁ ଯୁଝି-ଯୁଝି,

ଜନମ ହୁଅଇ ଏକ ଅବାଂଛିତ ଭୃଣ'-

ଝିଅ-ରୂପେ ଆସି....

କା-ପାଇଁ ଶଂଖା-ସିଂଦୂର-

ନାଇ କରିବ ସେ ଘର,

ପତି-ମଲେ ବିଧବା ସେ ହେବ...

ଭାଂଗି-ହୁଏ,

ଗଢି-ହୁଏ,

ମାଟି'ର କଂଢେଇ--

କା-ପାଦୁ ଗୋଇଠା-ଖାଇ-

କା-ପାଦେ ଆଶରା ନିଏ,

ପାଦ'ର ପାଂଡୋଇ..

ସତେ ଏକ ଜଉମୁଦ ସୁଂଦର ଲଫାଫା,

ମନ-ଇଚ୍ଛା ଚିରି--

ପଢି-ନେଉ-

  ପ୍ରେମର କବିତା....

ତା-ସୁଖ ବା ଦୁଃଖ,

ଇଚ୍ଛା ଓ ଅନିଚ୍ଛା,

ନ'କରି ବିଚାର-

ଅସୁମାରୀ ନିଜ ଇଚ୍ଛା-ମତେ-

ଭୋଗ-କରୁ ନିତି...

କେଉଁ ଅଭିଶାପେ-

ଇଚ୍ଛା ବିରୁଦ୍ଧରେ,

ସାଦା-କାଗଜ'ଟି,

ହୋଇଯାଏ ଉଚ୍ଛିଷ୍ଟ-ପତର...

ପୁରୁଷ-ଲାଂଛିତା,

ପାଷାଣୀ ଅହଲ୍ଯା,

କେତେ ଯୁଗ'ପରେ,

ମୁକତି ପାଇବ,

ରାମଂକ'ର ପଦ-ରେଣୁ ପାଇ....???


Rate this content
Log in