STORYMIRROR

Debabrata Mishra

Others

3  

Debabrata Mishra

Others

#ନ୍ୟାୟ..!!!!

#ନ୍ୟାୟ..!!!!

1 min
232


ପ୍ରଶ୍ନ ନିଜକୁ କରେ ତୁମକୁ ବି କରୁଛି

ସତରେ କ'ଣ ନ୍ୟାୟ ବଞ୍ଚିଛି..?

ନା ନିରୁର୍ଦ୍ଦିଷ୍ଟ ସେ କେଉଁ ଅନୀତିର ସୁନାମୀରେ

ଅବା ସଙ୍କୀର୍ଣ୍ଣତାର କାଗଜରେ...!!

ବିଚାର ଓ ବିଚାରକ ସତରେ କ'ଣ ନିରପେକ୍ଷ..!!

ପଢିଥିବା କଥା ପ୍ରକୃତରେ ସତ କେତେ

ବିଚାରପତି ଆସନେ ବ୍ୟକ୍ତି ନିରପେକ୍ଷ ହୁଏ କି,

ପୋଲିସ ପ୍ରଶାସନ ହେଉ ବା ସଭାସମିତି ଗ୍ରାମର

ସହରର ଚାକଚକ୍ୟ ଅଫିସର କ୍ଲବ ଅବା ହୋଟେଲ

କେଉଁଠି ଅଛ ତୁମେ ନ୍ୟାୟ ଶୀଘ୍ର ଆସ

ଦୌଡ଼ି ଦୌଡ଼ି ଆସ ଭକ୍ଷଣ କରିବ ସେ

ଭକ୍ଷକମାନେ ମୋ' ପଛରେ କିଏ ଅଛ କେଉଠିଁ

କାହିଁ କେହି ତ ଆସିଲେନି ମୁଁ ବୋଧେ ମୂକ

କାରଣ ସେମାନେ ତ ସୁସ୍ଥ ମଣିଷ ସବୁ,

ହଁ କାହିଁକି ବା ଆସିବେ ସେଦିନ ମୁଁ ବି ତ...

ଚୁପ୍ ରହିଥିଲି ନିରବତା ସହ ତାଙ୍କ ଅତ୍ୟାଚାର ଦେଖି

ତାଙ୍କ ଝିଅ କାନ୍ଦୁଥିଲା ଗୁହାରୀ ହେଉଥିଲା

ମୋର ଜଣେ ଆପଣାର ଲୋକ ପାଦତଳେ

ଆମେ ଯଦି ଅମଣିଷ ସେ କ'ଣ ଦେବତା..,

ଆଉ କିଏ କରିବ ନ୍ୟାୟ

ସରକାର ପ୍ରଶାସନ ଅବା କେଉଁ ସମାଜସେବୀ

ସମସ୍ତେ ତ ମଣିଷ ସମସ୍ତେ ସ୍ୱାର୍ଥୀ

ରାକ୍ଷସ ତ ନୁହେଁ ସବୁ ତେବେ ମାନବିକତା

ମାନବିକତା ଯଦି ଜନତାର ନାହିଁ

ବିବେକ ଯଦି ଗଣତନ୍ତ୍ରର ମହାପର୍ବେ ନାହିଁ

ତେବେ ଦୋଷ ଆମେ କାହାକୁ ଦେବା

ସମସ୍ତେ ତ ନିଜ ସ୍ୱାର୍ଥରେ,

ନିଜ ଲୋକ ମଲେ ଆନ୍ଦୋଳନ

ଆଉ କିଏ ଯଦି ସତେ ନିର୍ଜୀବ

କିଏ ବା କାହିଁକି ବୁଝିବ କାହାକୁ ଏଠି

ସ୍ୱାର୍ଥର ପଙ୍କରେ ସବୁ ଉବୁଟୁବୁ

ଏଠି ଫୁଲ ଫୁଟେନି ଜମା

ଜନ୍ମନିଏ କେବଳ ମିଛ, ଭୀରୁତା ଓ ଅମାନବିକତା

ସେ ପଙ୍କ ରେ ତୁମେ, ମୁଁ ଓ ସେ ମଧ୍ୟ

ଘାଣ୍ଟି ହେଉଛେ ପାପ ପୂଣ୍ୟର ମିଛନାଟକ କରି,

ନ୍ୟାୟ ହଜିଛି ଏଠି କେଉଁ ଥାନାରେ

ଜଣାଇଲେ ସନ୍ଧାନ ପାରିବ କି ହୋଇ

ସେ ନ୍ୟାୟ ହଜିବା କାରଣ ମୁଁ ଜନତା

ମୁଁ ତାର କାରଣ ମୁଁ ଭୋଟଦାତା

ଆଉ ସେମାନେ ଭୋଟରେ କରନ୍ତି ସଂସାର,

ତେଣୁ ନ୍ୟାୟ ହଜିବାକୁ ଦେବାନି ଜମା

ଖୋଜିବାର ଆବଶ୍ୟକ ପଡ଼ିବନି,

ସବୁ ମିଛ ଲାଗୁଥିବା କଥା ଗୁଡ଼ିକ ସତ

ମନ୍ଦିରରେ ନ୍ୟାୟ ମିଳିବ ଅନେକ କହନ୍ତି

ହଁ ନିଶ୍ଚିତ ମିଳିବ ହେଲେ ତୁମେ

ପାରିବ ପରମ ଭକ୍ତ ହୋଇ ଠାକୁର ରାଜାର

ମା' ର ତ୍ୟାଗ ଓ କର୍ତ୍ତବ୍ୟରେ ଶିଶୁ କିଶୋର ଓ ଯୁବା ହୁଏ

ଜନତା ତ୍ୟାଗହୀନ ମୋହରେ ପଡ଼ି

ହରାଇଦିଏ ସ୍ୱାଭିମାନ ନ୍ୟାୟ ମିଳିବ କେମିତି....???? 



Rate this content
Log in