STORYMIRROR

BANITA SAHU

Others

3  

BANITA SAHU

Others

ନୂତନ ଚିନ୍ତା ଧାରା

ନୂତନ ଚିନ୍ତା ଧାରା

1 min
11.6K

ସମାଜର ମଙ୍ଗଳ ନିମିତ୍ତ କହିବି ସଦା ସୁବଚନ

ପ୍ରାଣ ଯାଉ ପଛେ କହିବିନି କଟୁବଚନ

କହିବା ଆଗରୁ ଭାବି ଚିନ୍ତି କଥା କହିବି

ମଧୁର କଥା ଶୁଣାଇ ପଦେ ସମସ୍ତଙ୍କୁ ହସାଇବି।

ମୋ ଦୁଇ ନୟନ ଦେଖୁ ଥାଉ ସଦା ଅନ୍ଯର ଦୁଃଖ

ଭଗବାନଙ୍କୁ ମୋର ଏତିକି ମିନତି ସମସ୍ତଙ୍କୁ ଖୁସିରେ ରଖ।

ଅନ୍ଯର କାମକୁ ଦେଖ ନାହିଁ ନିଜ କାମ ନିଜେ କର

ଦେଖିବ ଖୁସି ଭରିଯିବ ଦୁଇ ନୟନେ ଝରିବନି ଲୁହ ଧାର।

ନଶୁଣୁ କାନ ମୋ ମନ୍ଦ କଥା

ଶୁଣୁ ଥାଉ ସଦା ପୌରାଣିକ ଗାଥା

ମନେ ଭରିଯାଉ ସଦା ପ୍ରିତିର ସ୍ନେହ

ସମସ୍ତେ ସଂସାରେ ଆନନ୍ଦେ ରୁହ।



Rate this content
Log in