STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନୂତନ ବରଷର କବିତା

ନୂତନ ବରଷର କବିତା

1 min
284


ଚଇତି ପରବ ସମାପନ ଦିବସରେ

ମହାବୀର ହନୁ ଜନ୍ମ ଶୁଭ ଅବସରେ

ସ୍ଵାଗତ କରୁଛି ଆସ ନୂଆବର୍ଷ 

ଫୁଟାଇ ସବୁରି ମୁହଁରେ ହରଷ

ଏହି ପୂଣ୍ୟ ଚଇତାଳି ଲଗନ ତିଥିରେ ।।


ମଳୟ ପରସ କୋଇଲିର ଗୀତ ସୁରେ

କଳାରୁଦ୍ରମଣୀ ଶବଦେ ଭୃଙ୍ଗ ଗୁଞ୍ଜରେ 

ଆସ ନବ ବର୍ଷ ବିଷୁବ ଲଗନେ

ମହାମାରୀ କଳା ବାଦଲ ଉହାଡେ

ମହାକାଳ ତୁମେ ଧ୍ଵଂସ କରିଦିଅ ତାରେ ।।


ଦଣ୍ଡ ଉଦ୍ଜାପନ ଅଗ୍ନି ନିର୍ବାପନ ହୁଏ

ଆସଇ ନିଦାଘ ବିରାଜିବ ୟେ ଧରାରେ

ନୂଆବର୍ଷ ଆସ ଶୀତଳ ପବନ

ଧରାରୁ ନିବାରି ତପନ କିରଣ

ସବୁ ମୁହେଁ ହର୍ଷ ଭରିଦେବ ଆଶାକରେ ।।


ତୁମ ଆଗମନେ ଗୌରିକ ପତାକା ଉଡେ

ପରବ ଲାଗିଛି ଆଜି ସାରା ରାଇଜରେ

ଆମୋଦ ପ୍ରମୋଦ ନିସ୍ଵ ଜନତାର

ନିଷ୍ପ୍ରଭିତ ନାହିଁ ଉତ୍ସାହ କାହାର

ହେ ନବବର୍ଷ ସ୍ଵାଗତଂ ଆସ ହେ ଧରାରେ ।।


ଆସି ଅଛ ତୁମେ ୟେ ଦୁର୍ଦ୍ଦଶା ଦୁର୍ଦ୍ଦିନରେ 

ନୂଆ ଉଦ୍ଦିପନା ଯାଗ୍ରତ ହେଉ(ତୁମ)କୃପାରେ

ମହାବ୍ୟାଧି ବଧି ଆଦୃତ ହୋଇବ

ସ୍ଵର୍ଣ୍ଣାକ୍ଷରେ ନାମ ଇତିହାସେ ଥିବ

ନୂଆ ବିଶ୍ଵାସ ଭରସା ମୁଁ ଆଶାକରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍