STORYMIRROR

Jagabandhu Sahu

Others

2  

Jagabandhu Sahu

Others

ନୂତନ ବର୍ଷର ଅଭିନନ୍ଦନ

ନୂତନ ବର୍ଷର ଅଭିନନ୍ଦନ

1 min
2.5K


ଆସିଅଛି ବନ୍ଧୁ ନୂତନ ସକାଳ

ନୂତନ ବରଷ ହୋଇ

ଆସ ସାଙ୍ଗ ସାଥି ସମସ୍ତେ ମିଶିଣ

ସ୍ବାଗତ କରିବା ଯାଇ


ନୂତନ ବରଷ ହେଉ ସୁଖମୟ

ଏ ସାରା ସଂସାର ପାଇଁ

ଏ ନୂତନ ବରଷ ଅଭିନନ୍ଦନଟି

ଆପଣମାନଙ୍କ ପାଇଁ


ବିଭୁଙ୍କ ଦୟାରୁ ଜଳି ଯାଉ ଯେତେ

ଆଛି ଜୀବନରେ ଦୁଃଖ

ନୂତନ ବରଷ ତୁମରି ଜୀବନେ

ଢାଳି ଦେଉ ସବୁ ସୁଖ


ନୂତନ ବର୍ଷର ଆଗମନ ଦେଖି

ହେପି ନିୟୁର୍ ଦେଲି କହି

ଅଭିନନ୍ଦନ ସାଥେ ଶୁଭ କାମନା ମୋ

ଘେନ ମୋ ଭଉଣୀ ଭାଇ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]

[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍