STORYMIRROR

Narendra Sahu

Others

3  

Narendra Sahu

Others

ନୂଆଁଖାଇ

ନୂଆଁଖାଇ

1 min
14.4K


ନୂଆଁଖାଇରେ ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ,

ଓଡିଶା ରାଜ୍ୟର ପଶ୍ଚିମ ଦେଶେ

ଭାଇ ଭଉଣୀ ମୋ ସର୍ବ ହରଷେ

ପାଳନ୍ତି ମନ ଲଗାଇ,

ନୂଆଁଖାଇ,ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ।୦।

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ

ନୂଆଁଖାଇ ଲାଗି ତିଥି ଲାଗଇ

ନୂଆ ଚାଉଳର ଭୋଗ ଲଗାଇ

ଏହାକୁ ସର୍ବେ ପାଳଇ,

ନୂଆଁଖାଇ ନୂଆଖାଇ

ନୂଆଁଖାଇରେ ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ।୧।

ଆସ ଗୋ ଦାଦା ଆସ ଗୋ ଦିଦି

ଫୁଲ ଦୁବ ନେଇ ଦେବା ବନ୍ଦାଇ

ସୁମରଣା କରି ମାଆ ସମଲେଇ

ଘେନ ମୋ ଜୁହାର ତୁହି

ନୂଆଁଖାଇ ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ।୨।

କାଟି ଧାନ କେଣ୍ଡା କୁଟି ନୂଆ ଚୂଡା

କ୍ଷୀରି ଯେ ଦେବା ବନେଇ

ଶୁଭ ମନାସିବା ଯାଇ,

ସାହା ହେବେ ପରା ମା ସମଲାଇ

ଘେନ ମୋ ଜୁହାର ତୁହି

ନୂଆଁଖାଇ,ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ

ନୂଆଁଖାଇରେ ନୂଆଁଖାଇ।୩।

ନରେନ୍ଦ୍ର,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍