ନୂଆଖାଇ
ନୂଆଖାଇ
ଭୋଦୋ ମାସର୍ ଶୁକ୍ଳ ପକ୍ଷର ପଂଚମୀ ତିଥି ଦିନେ ।
ବଛର୍ କେ ଥରେ ଲାଡେ ଗେଲେ ନୂଆ ଖାଏସୁଁ ଆମେ ମାନେ ।
ଆମର ପରବ୍ ଆମର୍ ଗରବ୍ ଆମର୍ ନୂଆଖାଇ ।
ଦେଶ୍ ବିଦେଶେ ଯିଏ ଥିଲେ ବି ଗାଁ କେ ଆଏସନ୍ ଧାଇଁ।
ତିହାର ବାର ଭିତରେ ଆମର୍ ନୂଆଖାଇ ଆଏ ରଜା ।
ଦେବୀ ଆମର୍ ମାଁ ସମଲେଇ ସୁଖେ ପାଲସନ୍ ପରଜା।
ନୂଆଖାଇ ଦିନେ ନୂଆ ବସନ୍ ପିନ୍ଧଲେ ଉସତ୍ ଲାଗସି ।
ସବୁ ପରବ୍ ନୁ ଆମର୍ ପରବ୍ ବଡା ତିଆର ଲାଗସି ।
ନୂଆ ଧାନର୍ ନୂଆ ଚିହିରା ଗୁଡ ଘି ଗୋରସ୍ ଦହି ।
ତା'ର ସଙ୍ଗେ କେତେ ପିଠା ଜଖା ମନ୍ କେ ନେସି ମୋହି ।
ଗୋରସ୍ ସଙ୍ଗେ କଦଳୀ ଚିରା ଦେସୁ ଆମେ ଚଟକି ।
ନୂଆ ଧାନର୍ ନୂଆ ଚହିରାର୍ ବାସ ଯାଉଥିସି ମହକି।
କୋରେ ପତରେ ନୂଆଖିଆ ଲାଗସି ବଡା ମଜା ।
ଢୋଲ୍ ନିଶାନ୍ ତାସା ମୁହୁରୀ ବାଜସି ଘୁମୁରା ବଜା ।
ଦୁଲ୍ ଦୁଲ୍ କରି ବାଜୁଥିସି ଆମର ଗାଆଁର୍ ଖୁଲି ।
ନୂଆଖାଇର୍ ଜୁହାର୍ କରସୁଁ ଗାଆଁ ପରା ବୁଲି ବୁଲି ।
ଘର୍ ଦୁଆର୍ ଲିପା ପୁଛା ସିଖାସି ଆମର୍ ତିହାର୍ ।
ସଂସାର କେ ଶିଖେଇ ଦେସି ହେବାକେ ସଂସ୍କାର୍।
ସାନେସୁରୁ ସନମାନ୍ ଦେସନ୍ ବଡବଡକିଆ ମାନକୁ ।
ଆମର୍ ସଂସ୍କୃତି ଆଉ ପରମ୍ପରା ରହେସି ଯୁଗ୍ ଯୁଗକୁ ।
ଭୁଲି ଯାଏସୁ ମାର ମରଦନ୍ ଆଉ ରାଗ ରୁଷା ।
ଗୋଟେ ଠାନେ ଭେଟ୍ ପଡିକରି ହେସୁଁ ମିଳାମିଶା ।
ଭାଇ ଚାରାର୍ ପରବ୍ ଆଏ ଆମର୍ ନୂଆଖାଇ ।
କାଏଁ ଧନୀ କାଏଁ ଗରିବ୍ ଇ ପରବ୍ ଲାଗି ବାଇ।
ଚାଷୀର ପରବ୍ ନୂଆଖାଇ ଚାଷୀର ଗରବ୍ ଆଏ ଧାନ୍।
ପଶଚିମ୍ ଓଡିଶାର୍ ଗଣ ପରବ୍ ଚାଷୀର୍ ଆଏ ସ୍ବାଭିମାନ୍।
ଶ୍ରୀ ଡମ୍ବରୁଧର ବାଗ, ଗୋଲାମୁଣ୍ଡା,କଳାହାଣ୍ଡି
