STORYMIRROR

Maitreyee Kamila

Others

3  

Maitreyee Kamila

Others

ନୂଆଖାଇ

ନୂଆଖାଇ

1 min
85


ପଶ୍ଚିମ ଓଡିଶାର ଗଣ ପର୍ବ ସେ ଯେ ନୂଆଖାଇ

ଋଷି ପଞ୍ଚମୀରେ ଦିନ ନିର୍ଦ୍ଧାରଣ କରିଛନ୍ତି ଗୋସେଇଁ


ତିନିଦିନ ଧରି ପର୍ବର ପାଳନ ହୁଏ ଯଥା ବିଧିରେ

ଧାର୍ମିକ ଭାବନା ସାମାଜିକ ଚେତନା ମିଳୁଥାଏ ନିରନ୍ତରେ


ପ୍ରଥମ ଦିନ "ଉପାସ" ପର୍ବ 

ନିର୍ଦ୍ଦିଷ୍ଟ ଲଗ୍ନରେ ଝାଙ୍କର ଜମି କୁ ଯାଇ କରନ୍ତି ଧାନ କେଣ୍ଡା ପୂଜା ପାଠ।

ଗ୍ରାମ ଦେବତୀଙ୍କ ପୀଠରେ ପୂଜା ସାରିକରନ୍ତି ଧାନ ବଣ୍ଟନ।


ପରିବାର ମିଶି ଏକାଠି ମାନନ୍ତି ନୂଆଖାଇର ପରବ

ନିର୍ଦ୍ଦିଷ୍ଟ ଲଗ୍ନରେ ଇଷ୍ଟ ଦେବୀଙ୍କୁ କୁରେଇ ପତ୍ରରେ ନୂଆ କୁଣ୍ଡା କରି ଅର୍ପଣ।


ହସଖୁସି ଭରା ପରିବାର ପୁଣି ହୁଅନ୍ତି ନୂଆଖାଇ ଜୁହାର

ଗୁରୁ ଗୁରୁଜନ ସନମାନ ସଦା ରହିଛି ଯେ ପରମ୍ପରା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍