STORYMIRROR

Nibedita Mishra

Others

4  

Nibedita Mishra

Others

ନୂଆଖାଇ ଜୁହାର୍

ନୂଆଖାଇ ଜୁହାର୍

1 min
368

ଆସିଛେ ଆସିଛେ ଦେଖ ଗୋ ଆମର୍ ବଡଖା ତିହାର୍

ଭୁଦୋ ଉଜଲ୍ ପକ୍ଷର୍ ପଞ୍ଚମୀ ଦିନଟା ଆଏ ତାହାର୍।


ଇଦିନ ନୂଆ ଧାନ ମା ସମଲେଇନେ ଭୋଗ୍ ଲଗାସୁଁ

ତାଉତାରୁ ଘରର୍ ମୁଖିଆ ହାତୁଁ ସଭେ ନୂଆ ଖାଏସୁଁ।


ନୂଆ ଖାଏସୁଁ ନୂଆ ପିନ୍ଧସୁଁ ସବୁ ନୂଆ ନୂଆ ଲାଗସି

ଗାଁ ଘରନୁ ଖୁଲିତକ୍ ନାଚଗୀତନେ ଗରଜି ଯାଏସି।


ନୂଆ ଖାଇ ସାରଲେ ସଭେ ହେସୁଁ ଜୁହାର୍ ଭେଟ୍

ଯେନଟା ବଞ୍ଚେଇ ରଖିଛେ ଦୁନିଆଥି ଆମର ଟେକ।


ବୟସ୍ ସାନ ହେଇଥଉ ପଛେ ମାନ୍ ଥି ଯେ ବଡ୍

ହେ ହିସାବେ ଜୁହାର୍ ହେସୁଁ ନାଇଁ କରୁଁ ଗଡବଡ।


ସଖାଲ ବେଲା ପୂଜାପାଠ ସଞ୍ଜବେଲେ ନାଚଗୀତ୍

ହସିଖେଲିକରି ଆମର୍ ପୁରା ଦିନଟା ଯାଏସି ବିତ୍।


ଖୁସିର୍ ମନେ ମନାମା ଚାଲ ସଭେ ନୂଆ ଖାଇ ତିହାର୍

ହେଥିର୍ ଲାଗି ସମକୁ ମୋର୍ ଆଡୁ ନୂଆଖାଇ ଜୁହାର୍।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍