STORYMIRROR

Chittaranjan Nanda

Others

4  

Chittaranjan Nanda

Others

ନୂଆଖାଇ ଭେଟଘାଟର ଜୁହାର

ନୂଆଖାଇ ଭେଟଘାଟର ଜୁହାର

1 min
250


ପ୍ରତି ବର୍ଷ ନୂଆଖାଇ ପର୍ବ ଭାଦ୍ରବ ମାସ 

ଶୁକ୍ଳ ପଞ୍ଚମୀରେ

ଓଡିଶାର ଗର୍ବ ଗୌରବ ଆସେ ଶରତର

ଶ୍ୱେତ ସମ୍ଭାରେ ।।


ନିଆରା ଏହି ଅପୂର୍ବ ପର୍ବ ଓ ପରମ୍ପରା, 

ପଶ୍ଚିମ ଓଡ଼ିଶା ସାରା 

ମାଆ ସମଲେଇ ଠାର, ଭୋଗ ଅର୍ପଣ 

ହୁଏ ନବାନ୍ନ ଶସ୍ୟ ପସରା ।।


ଗହଳ ଅନ୍ଧାରୁଁ ଉଠି ଖୁସି କୋଳାହଳେ 

ପରିବାରର ମହିଳା ଗଣ 

ସ୍ନାନଅନ୍ତେ ନୂଆ ଚାଉଳରେ ଅନ୍ନ ପିଠା 

କ୍ଷୀରି ରାନ୍ଧନ୍ତି ନାନା ବ୍ୟଞ୍ଜନ ।।


ସ୍ନାନଅନ୍ତେ କରି ଗୃହର ମୁଖିଆ ନବ ବସ୍ତ୍ର 

ପରିଧାନ କରି

ସମର୍ପନ୍ତି ନବାନ୍ନ ଦେବାଦେବୀଂକୁ ସଂସ୍କୃତିର

ପୂଜା ବିଧାନ ଆଚରି  ।।


ପଲ୍ଲୀପୁର ବାସୀ ସବୁ ଘର ଘର ଏହି

ପର୍ବ ସକଳ ପାଳନ୍ତିି  

ନୂଆ ବସ୍ତ୍ରମାନ ପରିଧାନ ସର୍ବେ କରି ଗୁରୁ

ଜନ ଚରଣେ ଜୁହାର କରନ୍ତି  ।।


ନରଖି ମନରେ ପର ଆପଣାର, ହୁଅନ୍ତି 

ଏକାଠି ଭୁଲି ଭେଦ ଭାବ

ଏହାହିଁ ବୈଶଷ୍ଟ୍ୟ, ସେଥିପାଇଁ ଏହା ଜଗତେ

ବିଦିତ ନୂଆଖାଇ ଗଣ ପର୍ବ  ।।


ରଙ୍ଗବତୀ, ରସରକେଲି, ଡାଲଖାଇ, ନୃତ୍ୟ 

ଗୀତ ହୁଏ ନୂଆଖାଇ ଜୁହାରେ

ମହକଇ ସବୁ ପଡା ନବlନ୍ନ ଭୋଜନ, ଖିରି 

ପୁରି, ମଣ୍ଡା, ଆରିସା ପିଠା ପଣାରେ।।

 

ଢ଼ୋଲ୍, ମାଦଲର ତାନେ, ନାଚନ୍ତି ଗ୍ରାମର

ତରୁଣ ତରୁଣୀ ଗଣ

ମହୋତ୍ସବ ଭରା ମଧୁର ମହୁରୀ ତାନେ, 

ଖୁସି କରେ ମୃଦୁ ଗୁଞ୍ଜନ।।


ଈଷ୍ଟ ସମଲେଶ୍ବରୀଙ୍କୁ ଭକ୍ତି ପୁଷ୍ପ ବାଢି

ହୁଏ ଧାନର ଛେଦନ

ସମର୍ପଣର ନାନା ବିଧି ମତେ ନୂଆଖାଇ

ପର୍ବ କରନ୍ତି ପାଳନ।।


କେତେ ମଧୁର ସତେ ଏହି ପରମ୍ପରା କେଡେ 

ବିଶାଳ ମହତ ତତ୍ତ୍ୱ

କୃଷି ଭିତ୍ତିକ ମେଳରେ ଖୋଜଇ କୃଷକ ତାର 

ଏକତ୍ର ହେବାର ମହା ମନ୍ତ୍ର।।



Rate this content
Log in