STORYMIRROR

Ajit Kumar Raut

Others

4  

Ajit Kumar Raut

Others

ନୂଆବର୍ଷର ଅନୁଭୂତି

ନୂଆବର୍ଷର ଅନୁଭୂତି

1 min
334

ଅନୁଭୂତି ଦିଏ ନୂଆ ବର୍ଷ ଜନେ

 ଆତ୍ମନିର୍ଭରର ପାଇଁ 

ଗୁଞ୍ଜୁ ଅଛି ହୃଦେ ଆତ୍ମବିଶ୍ୱାସର

 ମନୁଷ୍ୟ କର୍ତ୍ତବ୍ୟ ପାଇଁ।


ଜିଣିବା ମନକୁ ପ୍ରତି ମୁହୂର୍ତ୍ତରେ

 ଆଦର ସମ୍ମାନ ଦେଇ 

ଜନକଲ୍ୟାଣର କାର୍ଯ୍ୟ କୁ କରିବା

 ନିଃସ୍ୱାର୍ଥେ ଜଡ଼ିତ ହୋଇ।


ହିଂସା ଅହଂକାର ନ ଥିବ ବଦନେ

 ଥିବ ତହିଁ ସେବା ଭାବ 

ଅନୁଭୂତି ଦିଏ ନୂଆ ବର୍ଷ ଆଜି

 ବିଶ୍ୱଗୁରୁ ମନ୍ତ୍ର ଭାବ।


ଜାତି ପ୍ରଥା ନାହିଁ ଥିବ ସମଭାବ

 ମନୁଷ୍ୟ କଲ୍ୟାଣ ଯହିଁ 

ହେଉ ରାଷ୍ଟ୍ର ହୀତେ ଅବା ବିଶ୍ୱ ହୀତେ

 ରଖିବା କର୍ତ୍ତବ୍ୟ ତହିଁ।


ନୂଆ ବରଷର ନୂତନ ଉମଙ୍ଗ

  ଦେଉଛି ସଂଦେଶ ହୃଦେ 

ଶକ୍ତିଶାଳୀ ହୋଇ ରାଷ୍ଟ୍ରର ନିର୍ମାଣେ

  ଆତ୍ମନିର୍ଭରଟି ହୃଦେ।


ଶହୀଦ ହୋଇଲେ କୋଟି କୋଟି ପୁତ୍ରେ

 ରାଷ୍ଟ୍ରର ସୁରକ୍ଷା ପାଇଁ 

ଗୁଞ୍ଜୁ ଅଛି ତାହା ନୂଆ ବରଷରେ

 ତାଙ୍କରି ସମ୍ମାନ ପାଇଁ।


ଗଢିବା ସୁନ୍ଦର ଅତି ହିଁ ସୁନ୍ଦର

 କୃଷ୍ଣ ରାମ ଏହୁ ଭୂମି 

ଜଗନ୍ନାଥଙ୍କର ଚରଣରେ ଭକ୍ତି

 ଦାରୁବ୍ରହ୍ମଙ୍କର ଭୂମି।


କର୍ମର ନିମନ୍ତେ ମନୁଷ୍ୟ ସୃଜନ

 ତାଙ୍କରି ହସ୍ତରେ ସବୁ 

ରଖି ନାହିଁ ପ୍ରଭୁ ପାଦ ହାତ କିଛି

 ଦେଲେଟି ମନୁଷ୍ୟେ ସବୁ।


ଚକାନୟନଟି ମେଲେଇ ଅଛନ୍ତି

 ବଡ଼ଦେଉଳର କଳେ 

ବିରାଜମାନଟି ପୁରୀ କ୍ଷେତ୍ର ପ୍ରଭୁ

 ଭାଇ ଭଉଣୀଙ୍କ ମେଳେ।


ଆଶୀର୍ବାଦୁ ତାଙ୍କ ରାଷ୍ଟ୍ରର ମଙ୍ଗଳ

 ନୂଆ ବର୍ଷେ ଅନୁଭୂତି 

ବିଶ୍ୱଗୁରୁ ନିଶ୍ଚେ ହୋଇବ ଭାରତ

 ଜନଜନେ ଅନୁଭୂତି।


ଉତ୍ସାହିତ ମନ ବଦନେ ଉମଙ୍ଗ

 ନୂଆ କଳେବର ପାଇଁ 

କର୍ତ୍ତବ୍ୟ ଯାତ୍ରାରେ ଯାତ୍ରୀ ଦେଶବାସୀ

 ନୂଆ ଭାରତର ପାଇଁ।


ସତ୍ୟ ଧର୍ମ ତ୍ୟାଗ ନିଃସ୍ୱାର୍ଥର ମନ୍ତ୍ର

 ଗୁଞ୍ଜୁ ଅଛି ରାଷ୍ଟ୍ର ସାରା 

ହେବ ଶକ୍ତିଶାଳୀ ଆତ୍ମନିର୍ଭରଟି

  ହେବ ବିଶ୍ୱଗୁରୁ ପରା।



Rate this content
Log in