STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ନୂଆବର୍ଷ ଅନୁଭୂତି

ନୂଆବର୍ଷ ଅନୁଭୂତି

1 min
200

ସେଦିନ ପାଳିବି ନୂଆ ବରଷ

ସଭିଙ୍କ ମୁଁହରେ ଥିବ ଯେ ହସ

କ୍ଷୁଧା ମୁକ୍ତ ହେବ ମୋ ଭାରତ

ଶିଶୁଶ୍ରମିକ ଶୂନ୍ୟ ହେବ ମୋ ଦେଶ

କା ଦେହେ ନ ଥିବ ଚିରା ପୋଷାକ

ମଥା ପରେ ଥିବ ସବୁରି ଛାତ

କୁନି ପିଲା ସବୁ ପଢିବେ ପାଠ

ହସି ଖେଳିବୁଲି ଗାଇବେ ଗୀତ

ସାକ୍ଷର ସୁନ୍ଦର ହେବ ମୋ ଦେଶ

ଶିକ୍ଷାର ଆଲୋକେ ଝଲସୁଥିବ 

ଅଭାବ କଷଣ ଛାଇ ନଥିବ

ଇନ୍ଦ୍ରଧନୁ ର ସପ୍ତରଙ୍ଗ ପରି

ସବୁ ଜୀବନେ ରଙ୍ଗ ଭରି ଥିବ  

ଗାଇବେ ସର୍ବେ ଶାନ୍ତିର ଗୀତ

ସମତା ମୈତ୍ରୀ ଗୁଞ୍ଜରୁ ଥିବ

ଆତ୍ମନିର୍ଭର ସମର୍ଥ ଭାରତ

ଫେରି ପାଇବ ତା ହୃତ ଗୌରବ

ସେଦିନ ପାଳିବି ନୂଆ ବରଷ

 ସେ ନୂଆବର୍ଷ ଅନୁଭୂତି ହେବ 

ମୋ ଲାଗି ଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍