ନୂଆବୋହୂ
ନୂଆବୋହୂ
ହାତେ ଲମ୍ଵର ଓଢଣୀ ଟାଣି
ନଇଁ ଚାଲୁଥାଏ ପାଦ ଗଣିଗଣି
କେମିତି ଚଳିବ ନେଇ ନୂଆ ମନ
ହୃଦକମ୍ପନ ବଢୁଥାଏ କ୍ଷଣକୁକ୍ଷଣ
ହାତେ ନାଲିଶଙ୍ଖା ମୁଣ୍ଡେ ନାଲି ସିନ୍ଦୁର
ମଙ୍ଗଳସୂତ୍ରର ସ୍ଵୀକୃତି ମୋହର
ବଦଳାଇଛି ନୂଆ ପରିଚୟ ମୋର
ଝିଅରୁ ହୋଇଛି ବୋହୂଟି କାହାର ।
କେହି ଥରେ ବୁଝନ୍ତିନି ମୋ ମନକୁ
ଅଦ୍ଭୁତ ଜୀବଟିଏ ଆସିଛି ଯେମିତି ଗାଆଁକୁ
ଉଣ୍ଡାଳି ପକାନ୍ତି ହାତ ପାଦ ବେକ
କେତେ ଆଣିଛି ଘରୁ ଯାନୀ ଯଉତୁକ
ବୋହୂଟିଏ ହେଲାନି ପୁଅ ସାଙ୍ଗକୁ
କାଳୀ ମୋଟୀ ଚେପି ଯାହା ଆସିଲା ମନକୁ
ମୁହଁଫୁଲେଇ ନଣଦ ଖୋଲେ ପେଡିକୁ
ଫୋପାଡି ଶାଢୀ ଚୁଡି ମୁହଁକୁ
କିଏ ପିନ୍ଧେ ଏସବୁ ଗୁଡାକୁ
ଶାଶୁ ଖୁଣ୍ଟନ୍ତି ଆଣି ନଥିବା ଗୁଡ ତାଟିଆକୁ ।
ଧରି ଛାତିର କୋହକୁ
ସହିଯାଏ ନିରବେ ଲୋତକ ନିଗାଡି
ସହିବାର ଅନ୍ୟନାମ ବୋଧେ ନାରୀ
ସମ୍ମାନର ଭୟ ହୃଦୟକୁ ଦିଏ ବିଦାରୀ
ସଳିତା ପରି ଜଳିଜଳି
ପାଉଁଶ ହେବ ମୋ ଶେଷେ ଦେହାଳୀ ।
ଝିଅ ଜନମ ପରଘରକୁ
କଥା ପରା ରହିଛି କାଳ କାଳକୁ
ସଭିଏଁ କହନ୍ତି କଣ ଆଣିଛି
ବୋହୁଟିଏ ତା ନିଜ ଘରୁ
କେହି କେବେ ଥରେ ଭାବନ୍ତିନି
କଣ କଣ ସବୁ ଛାଡିଆସିଲି
ମୁଁଁ ଏଠାକୁ ଆସିବା ପର୍ବରୁୁ ।
,,,,,,,,,,,,
ବଟରପଡା ରାଜକନିକା କେନ୍ଦ୍ରାପଡା ୭୩୭୭୧୯୭୯୯୯
