STORYMIRROR

Sunita Barik

Others

3  

Sunita Barik

Others

ନୂଆ ସକାଳର ଅପେକ୍ଷାରେ

ନୂଆ ସକାଳର ଅପେକ୍ଷାରେ

1 min
213

ଯୁଗ ବଦଳିଛି

ହେଲେ ଏଠି

ବଦଳିନି ମାନସିକତା

ଆଧୁନିକ ଯୁଗ ନାଁରେ ଡିଣ୍ଡିମ

ପିଟୁଥିବା ମଣିଷ ମାନଙ୍କ

ଭିତରେ ଆଜି ବି

ଭରି ରହିଛି ସେ

ଘୃଣ୍ୟ ବର୍ବରତା

ନାରୀଟିଏ ହୋଇଵି ଏଠି

ନାରୀ ଟି ଏ କରେ

ଆଉ ଗୋଟିଏ ନାରୀକୁ ଉଲଗ୍ନ

ସେ ଭୂଲି ଯାଏ

ନାରୀ ର ଦାୟିତ୍ଵ

ନିଜର ଅବାସ୍ତବ ସ୍ୱାର୍ଥ ପାଇଁ

ସେ ଜାଳି ଦିଏ

ଆଉ ଏକ ନାରୀ କୁ

ଅଧିକ ଅର୍ଥର ଲୋଭ

ତାକୁ କରିଦିଏ

ଜ୍ଵଳନ୍ତା ଅଗ୍ନିମୁଖା

ସେ ଭୂଲି ଯାଏ

ସେ ନିଜେ ବି ଜଣେ ନାରୀ

ଆଉ କେତେ ଦିନ ଚାଲିବ

ଏ ବ୍ୟଭିଚାର

ନାରୀ ତୁ କେବେ ହେବୁ ସଚେତନ

କେବେ ମୁକୁଳିବୁ

ଏ ମୋହଗ୍ରସ୍ତ ଜୀବନରୁ

ପୁଳାପୁଳା ଟଙ୍କା ପ‌ଇସା

ଜଣେ ନାରୀ ଜୀବନର

ମାନଦଣ୍ଡ ନୁହେଁ

କେମିତି ତୁ ଭୁଲିପାରୁଛୁ

ତୁ ବି ଜନ୍ମ ଦେଇଛୁ

ଆଉ ଗୋଟିଏ ନାରୀକୁ

ମୁକୁଳି ଆ ଏ ଯ‌ଉତୁକ ରୂପୀ

ରାକ୍ଷସ ଠାରୁ

ଏକ ନୂତନ ସକାଳ ଅପେକ୍ଷା

କରିଛି ତୋତେ

ସ୍ବାଗତ କରିବା ପାଇଁ

ଛାଡି ଦେ ଏ ହିନମାନ୍ୟତା

ତୋ ମନରୁ

ଭୁଲିଯାଆନି ତୁ ବି ନାରୀ

ଯ‌ଉତୁକ ଯୁଇ ରେ ଧ୍ବଂସ କରନା

ଏ ସୁନ୍ଦର ସୃଷ୍ଟି କୁ

ବରଂ ତୁ ଶସ୍ତ୍ର ହୋଇ ସଜ୍ୟ

ହୋଇ ଯାଆ ଯ‌ଉତୁକରୂପୀ

ରଣଭୂମି ପାଇଁ

ଅନ୍ୟାୟ ସହି ବଞ୍ଚି ରହିଥିବା

ସେଇ ନାରୀ ମାନଙ୍କ ପାଇଁ

ତୁ ପାଲଟି ଯାଆ

ଶସ୍ତ୍ରଧାରୀ ଦୁର୍ଗା

ଯେମିତି କେହି ବି

ନାରୀକୁ ଲାଞ୍ଛନା ନ ଦେଇ

ନ କରୁ ତା ଆତ୍ମସମ୍ମାନକୁ

ରକ୍ତାକ୍ତ କି କ୍ଷତବିକ୍ଷତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍