STORYMIRROR

ତାରାପ୍ରସାଦ ଜେନା

Others

3  

ତାରାପ୍ରସାଦ ଜେନା

Others

ନୂଆ ଫୁଲ ବଉଳ ବେଣୀ ଗୀତ

ନୂଆ ଫୁଲ ବଉଳ ବେଣୀ ଗୀତ

1 min
105


ସାତ ତାଳ ପାଣି ଭିତରେ ପଙ୍କ ଲୋ....

ଫୁଲ ବଉଳ ବେଣୀ

ତୋ ଚନ୍ଦ୍ର ବଦନ ଦେଖିବା ରଙ୍କ ଲୋ....

ଫୁଲ ବଉଳ ବେଣୀ !


ଚିଠି ଛାଡ଼ି ଛୁଡି ଦେଇଛୁ ସାଙ୍ଗ ଲୋ....

ଫୁଲ ବଉଳ ବେଣୀ

ମନେ ରହୁନାହିଁ ଆଉ ଭାବର ରଙ୍ଗ ଲୋ....

ଫୁଲ ବଉଳ ବେଣୀ !


ଜୁଡା ନାହିଁ ଫୁଲ ରିବନ୍ ଫିତା ଲୋ....

ଫୁଲ ବଉଳ ବେଣୀ

ବବ କଟ୍ ବାଳ ରଙ୍ଗିନ୍ ଛତାଲୋ ....

ଫୁଲ ବଉଳ ବେଣୀ !


ଶାଢି ପିନ୍ଧା ଲାଜ ଦିଶୁନି ଆଉ ଲୋ ...

ଫୁଲ ବଉଳ ବେଣୀ 

ଛୋଟ ପୋଷାକରେ ଦେଖାଉ ଭାଉ ଲୋ....

ଫୁଲ ବଉଳ ବେଣୀ !


ପିଜା ଖାଇ ଭୁଲୁ ଚକଟା ଖଇ ଲୋ....

ଫୁଲ ବଉଳ ବେଣୀ 

ଚାନ୍ଦ ଭୋଗ ଆଉ ମାଡୁନୁ ଛାଇ ଲୋ....

ଫୁଲ ବଉଳ ବେଣୀ !


ଆତ ପିଜୁଳିର ସୁଆଦ ଛାଡ଼ି ଲୋ....

ଫୁଲ ବଉଳ ବେଣୀ 

ଅଙ୍ଗୁର ସେଓକୁ ଖାଉଛୁ ଗଡି ଲୋ....

ଫୁଲ ବଉଳ ବେଣୀ !


ଭେଟା ଭେଟି ନାହିଁ ପଡିଶା ସାଇ ଲୋ....

ଫୁଲ ବଉଳ ବେଣୀ 

କ୍ଲବ୍ ଘର ମଜା ନାଚୁଛୁ ଥେଇ ଲୋ....

ଫୁଲ ବଉଳ ବେଣୀ !


ଘୁଉ ଘୁଉ ହସ ଉଛୁଳା ପ୍ରେମ ଲୋ....

ଫୁଲ ବଉଳ ବେଣୀ 

କାଲି ପଛେ ହଉ ଜୀବନ ଭ୍ରମ ଲୋ....

ଫୁଲ ବଉଳ ବେଣୀ !


ଚିନ୍ତା ବିବେକକୁ ଦେଇଛୁ ଫାଶି ଲୋ ....

ଫୁଲ ବଉଳ ବେଣୀ 

ମନ ଇଛା ଯାହା ପାରୁଛୁ ଖୁସି ଲୋ....

ଫୁଲ ବଉଳ ବେଣୀ !


ନାକରେ ଲଗେଇ ଛିଙ୍କୁଛୁ କେତେ ଲୋ....

ଫୁଲ ବଉଳ ବେଣୀ !

ନିଜ ଭଲ ପାଇଁ ମାତୁଛୁ ଗୀତେ ଲୋ....

ଫୁଲ ବଉଳ ବେଣୀ !





Rate this content
Log in