STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ନୂଆ ବରଷ

ନୂଆ ବରଷ

1 min
383


ବିଂଶ ଶତାବ୍ଦୀର ବିଂଶ ବରଷ, ନୂଆ ବର୍ଷ ତୁମେ ଆସ,ତୁମେ ଆସ

ପଉଷ ଶୀତୁଆ ହେମାଳ ପବନେ

ବସୁମତୀ ଥରେ ଶୀଶିର ପତନେ

ଥରି ଯାଉ ଅଛି ଦଶଦିଶ, ନୂଆ ବରଷ ତୁମେ ଆସ

ବିଂଶ ଶତାବ୍ଦୀର ବିଂଶ ବରଷ ।।


ଯାଇ,ଯୁଇ କୁସୁମେ ବେଶ, ଜିନିଆ,ସେବତୀ ଫୁଲ ର ବାଶ

ପୂଣ୍ୟ ସକାଳ ସ୍ଵର୍ଣ୍ଣ କିରଣେ

ସୂର୍ଯ୍ୟ ଉଦେ ପୂର୍ବେ ତୁମ ଆଗମନେ

ସବୁରି ମୁଖରେ ଦେଇ ହରସ, ନୂଆ ବରଷ ତୁମେ ଆସ 

ବିଂଶ ଶତାବ୍ଦୀର ବିଂଶ ବରଷ ।।


କୁଝ୍ଝ୍-ଟିକା ମୟ ଆକାଶ, ସବୁଜ ହେମାଳ ଗାଲିଚା ଘାସ

ପଦ ଥାପି ଥାପି ସବୁରି ଜୀବନେ

ଆସ ପ୍ରୀୟ ବନ୍ଧୁ ଏଧରା ଅଙ୍ଗନେ

ସବୁରି ମନକୁ କରି ସରସ, ନୂଆ ବରଷ ତୁମେ ଆସ

ବିଂଶ ଶତାବ୍ଦୀର ବିଂଶ ବରଷ ।।


ମଳିନ ଦିଶଇ ଆକାଶ, ବିଦାୟୀ ବର୍ଷର ରକ୍ତ ଇତିହାସ

ମନୁ ଲିଭେ ନାହିଁ ମୃତ୍ୟୁ ଅପକର୍ମେ

କେମିତି ଲେଖିବ କେ କେଉଁ କଲମେ

ଲେଖା ହେବ ଏଇ ଦେଖିବ ଆସ, ନୂଆ ବରଷ ତୁମେ ଆସ

ବିଂଶ ଶତାବ୍ଦୀର ବିଂଶ ବରଷ ।।


କଳଙ୍କ କଳିମା କଳୁଶ, ପିଶାଚ ସାଜିଛି ଆଜିର ମଣିଷ

ଦଇତ ପ୍ରବୃତ୍ତି ମଣିଷ ଆଚରେ

ଲିପ୍ତ ସତେ ଅପକର୍ମ ସନ୍ଧାନରେ

ବଦଳାଅ ଦେଇ ଦିବ୍ୟ ପରଶ, ନୂଆ ବରଷ ତୁମେ ଆସ 

ବିଂଶ ଶତାବ୍ଦୀର ବିଂଶ ବରଷ ।।


ତବ ଆଗମନୀ ସଂଗୀତ, ବନ୍ଦନା ଗୀତରେ କରେ ମୁଁ ସ୍ଵାଗତ

ମଧୂମୟ କର ସକଳ ଜୀବନ

ହେଉ ଏ ଧରାରେ ପୀୟୂଷ ପ୍ଳାବନ

ଜନ୍ମ ନେଉଥାନ୍ତୁ ବୀର ପୁରୁଷ , ନୂଆ ବରଷ ତୁମେ ଆସ

ବିଂଶ ଶତାବ୍ଦୀର ବିଂଶ ବରଷ ।।


ବିଷମ ସଂକଟେ ଧରଣୀ, ବିଷ ଯମୁନାରେ ଉଠଇ ଉଜାଣି

ତବ ପଦପାତେ ଅନେକ ଭରସା

ଜାଗତିକ ନବ ସମ୍ଵତ୍ସରେ ରସା

ରସ ସିକ୍ତ ମୟ କର ମାନସ, ନୂଆ ବରଷ ତୁମେ ଆସ

ବିଂଶ ଶତାବ୍ଦୀର ବିଂଶ ବରଷ ।।



Rate this content
Log in