STORYMIRROR

PURNA CHANDRA PANDA Purna

Others

3  

PURNA CHANDRA PANDA Purna

Others

ନୂଆ ବର୍ଷ

ନୂଆ ବର୍ଷ

1 min
191

ପ୍ରଭୁ ଶ୍ରୀରାମଙ୍କ ପରମ ଭକତ ବୀର ହନୁମାନଙ୍କ ଜନ୍ମ ଦିନ  

ଓଡିଶାର ଇଏ ଉଚ୍ଚ ପରମ୍ପରା ବିବିଧତା ମଧ୍ୟେ ଏକତା ଜାଣ ll


ପର୍ବର ମହତ୍ତ୍ୱ ସ୍ୱତନ୍ତ୍ର ରହିଛି ଓଡ଼ିଆଙ୍କ ପାଇଁ ଏ ଓଡିଶାରେ  

ବିଷୁବ ସଂକ୍ରାନ୍ତି ସବୁଠୁ ନିଆରା ଜନମାନସରେ ତ ସବୁଠାରେ ll


ଭାରତୀୟ ଜ୍ୟୋତିଷ ଶାସ୍ତ୍ର କୁହଇ ସୌରମାନ/ଚନ୍ଦ୍ରମାନ ପଦ୍ଧତିଟି ସ୍ୱତନ୍ତ୍ର  

ବର୍ଷ ମାସ ଆଦି ଗଣନାର ଵିଧି ରହିଅଛି

ଯଥା ଵିଧିର ସୂତ୍ର ll


ସୂର୍ଯ୍ୟ ଦେବ ଏକ ରାଶିରେ ରୁହନ୍ତି

ଗୋଟିଏ ମାସ ପର୍ଯ୍ୟନ୍ତ  

ଅନ୍ୟ ରାଶି(କୁ )ଯେବେ ପ୍ରବେଶ କରନ୍ତି

ତାହା (ସେହି ଦିନ) ସଂକ୍ରାନ୍ତି ବିଦିତ ll


ଓଡ଼ିଆ ପାଞ୍ଜିରେ ବିଷୁବ ସଂକ୍ରାନ୍ତି ବର୍ଷ (ର)ପ୍ରଥମ ଦିବସ  

ତେଣୁ ଓଡ଼ିଆଙ୍କ ନିଜସ୍ୱ ଦିବସ ଏହି ତ ନବ ବରଷ ll


ଓଡ଼ିଆ /ଓଡିଶା ପରେ' ଵି ପାଳନ୍ତି ଏହାକୁ ଅନେକ ନୂଆ ବରଷ  

ପଡୋଶୀ ପ୍ରଦେଶ ବଙ୍ଗଳା (ପ.ଵ) ଆସାମ କେରଳ ପ୍ରତି ବରଷ ll


ବୌଦ୍ଧ ଧର୍ମ ମାନେ.....(ବୌଦ୍ଧ ଧର୍ମlବଲମ୍ବୀମାନେ ମାନନ୍ତି )  

ନବବର୍ଷ ବୋଲି ଏହି ମହାନ ଦିନକୁ  

ବୌଦ୍ଧ ଧର୍ମ ହେତୁ ଶ୍ରୀଲଙ୍କା ନେପାଳ ବ୍ୟାପିଛି କାମ୍ବୋଡ଼ିଆକୁ ll


ଓଡିଶା ରେ ମେରୁ'(ନାମରେ) ସଂକ୍ରାନ୍ତି ବିଦିତ ପଞ୍ଜାବରେ ଯେ ବୈଶାଖି  

କେଉଁଠି ପେହେଲା ' ବିଷୁ ଆସାମରେ ବିହୁ' ବୋଲି ପ୍ରସିଦ୍ଧି ll


ଝଙ୍କଡ଼ ଶlରଳା ମଙ୍ଗଳା ଚର୍ଚ୍ଚିକା

ଆଦି ଯେ ଶକ୍ତି ପୀଠରେ  

କୁମ୍ଭ ସଙ୍କରlନ୍ତି ବୋଳି ଅବିହିତ ରହିଛି

ସ୍ୱ ସ୍ୱ ମଦଳlରେ ll


ପ୍ରତିଟି ଓଡ଼ିଆ ବୃନ୍ଦାବତୀ( ତୁଳସୀ ଚଉଁରା ଉ)ପରେ ଠେକି ବସାଇ ଥାଆନ୍ତି  

ଏହି କାମ ପାଇଁ ମହା ପୁଣ୍ୟ ମିଳେ ଓ଼ଡ଼ିଆ ବିଶ୍ୱାସେ ଥାନ୍ତି ll


ଏହି ଦିନ ଠାରୁ ଓଡିଶା ପ୍ରସିଦ୍ଧ ଦଣ୍ଡ ନାଚ ଚାଲିଥାଏ  

ଉତ୍କଳୀୟ ପରମ୍ପରl ରେ ଏ ପ୍ରଥା ଶୋଭା ମଣ୍ଡନରେ ଥାଏ ll


କେତେ ନାମେ ଏହି ଦଣ୍ଡ ନାଚ ଅଛି ଇତିହାସେ ଲେଖା ହୋଇ  

ଝାମୁ ହିଙ୍ଗୁଳା ଓ ପଟୁଆ ଵି ଦଣ୍ଡ

ଉଡ଼ାଯାତ୍ରା ବୋଲି କହି ll


ପଥିକର ତୃଷା ନିବାରଣ ପାଇଁ ଓଡ଼ିଆ ଜାତିରେ ଅଛି  

ରାସ୍ତା କଡ଼େ ଜଳଛତ୍ର ଖୋଲାଯାଏ ପଣା ବଣ୍ଟା ଯାଏ କିଛି  


ଛତୁଆ ବେଲ ଓ ଦହି ଗୁଡ଼ ମିଶି ଚଉଁରା ମୂଳେ ଦିଅନ୍ତି  

ପ୍ରସାଦ ସ୍ୱରୂପ ଯାହା ବାକିରହେ ଆଦରେ ପଣା କରନ୍ତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍