STORYMIRROR

pratap nayak

Others

2  

pratap nayak

Others

ନୂଆ ବରଷ

ନୂଆ ବରଷ

1 min
498



ସଂକଳ୍ପର ଆବାହନ ଦିନ ମାସ ଶେଷରେ ବର୍ଷଟିଏ

ସତେଜ କରେ ମନ ପ୍ରାଣ ଆଉ ହୃଦୟ

କିଛି ହରେଇଥିବାର ହିସାବ

କିଛି ପାଇଥିବାର ଖୁସି

ସ୍ୱଭାବ ପରିବର୍ତ୍ତନର ବେଳ ନୁହେଁକି ?

ବାରମାସର ଅନ୍ତରାଳେ ଆସୁଥିବା ଦିନଟିଏ ......

ନୂଆ ବରଷ !

ପକୃତରେ ହିଆ ଥରିଆ ଶୀତର ତାଣ୍ଡବ

ରୋଗୀ ସାଙ୍ଗରେ ଭୋଗିହେବାର ଯାତନା

ହଳା ଉଠେଇବାର ହେମାଳ ସକାଳ

ରୁମ ମରା ଛେଳିର ଅପେଖ୍ୟା ଧାରୁଆ ଛୁରି

ହାଟ ଚାଳିଆରେ ବାୟାଣି ମୁଁହରେ ରାମ୍ପୁଡା ଦାଗ

ପଇସା ଝୁଣୁଥିବା ପୂଜକ ବେଶରେ ମଣିଷ

ଅୟସରେ ପେଟ କମେଇବାର ପ୍ରାତଃଭ୍ରମଣ

ଯୋଡ ପଡିଥିବା ଅଲାଜୁକି କୁତିର ନିଲ୍ଲଜ ପଣିଆ

ମଦ ନିଶାରେ ପେଟେଇଥିବା ଠାକରା ଗାଲିଆ

କାହାର କଣ ପରିବର୍ତ୍ତନ ହୁଏ କି

ହଁ ଅସ୍ୱାଭାବିକ ଭାବେ ହୁଏ ସଂଭାଷଣ

ନୂଆ ବରଷ ନୂଆ ବରଷ

7008054282


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍