STORYMIRROR

Ashok Kumar Nayak

Children Stories

4  

Ashok Kumar Nayak

Children Stories

"ନୂଆ ବରଷ "

"ନୂଆ ବରଷ "

1 min
404

ସବୁରି ମନେ ନୂଆ ବରଷ,

ଭରି ଉଠୁଛି ନୂଆ ଉଲ୍ଲାସ ।


ମନେ ଭରିଛି କେତେ ହରଷ, 

ଆସିଯାଇଛି ନୂଆ ବରଷ ।


ହୃଦୟେ ଆସେ ନୂଆ ଉତ୍ସାହ, 

ପୁରୁଣା ବର୍ଷକୁ ହେ ବିଦାୟ ।


ବରଷକେ ଫେରେ ଏଇ ଦିନ, 

କିଣିନେବାରେ ସବୁରି ମନ ।


ରଖି ମନରେ ଭରି ବିଶ୍ୱାସ, 

ଚିନ୍ତା ଦୁଃଖରୁ ନିଅ ଉଶ୍ୱାସ ।


ନୂଆ ବର୍ଷକୁ ଅଭିନନ୍ଦନ, 

ସଂଶୋଧନେ ତ ପରିବର୍ତ୍ତନ ।


ଦେବାନି ଦୁଃଖ କାହା ମନରେ, 

ଯୋଡ଼ିବା ବନ୍ଧୁତ୍ୱର ଡୋରରେ ।


ଅତୀତର ଦୁଃଖ ଭୁଲିଣ ଯିବା, 

ନବବର୍ଷେ ସୁଚିନ୍ତା ଲୋଡ଼ିବା ।


ସଜାଡ଼ି ଏକ ନୂଆ ସୁଯୋଗ, 

ପର ଆପଣା ନ କରି ଭାଗ ।


ସ୍ୱର, ଛନ୍ଦ, ତାଳେ ନୂଆ ଗୀତ, 

ନବ ସପନେ ଗାଅରେ ମିତ ।


ରାଗ, ରୁଷା, ସବୁ ଅଭିମାନ, 

ଭୁଲିଯିବା ଆମେ ଭାବି ସ୍ୱପ୍ନ ।


ନୂଆ ସୂରୁଜ ବୁଣେ ମୁରୁଜ, 

ସାତ ରଙ୍ଗରେ ହୋଇଛି ସଜ ।


ସେହି ରଙ୍ଗରେ ଜୀବନ ଭରି, 

ସାରା ବରଷ ସୁଖ ସୁମରି ।


ପୁରୁଣା ବର୍ଷ ଦେବା ବିଦାୟ, 

ନୂଆ ବରଷ ମନ ଅଥୟ ।


ନାଚଗୀତେ ତ ଖୁସିର ହସ, 

ନୂଆ ପୁଲକେ ନୂଆ ବରଷ ।


ସ୍ମୃତି ଭରିଣ ନୂଆ ଜୀବନେ, 

ହସାଇବା ପଣ ରଖି ମନେ ।


ମନ ରଙ୍ଗରେ ରଙ୍ଗେଇ ଦେବା, 

ପ୍ରଜାପତି ପରି ଉଡ଼ି ବୁଲିବା ।


ଦେବାନି ଦୁଃଖ କାହା ମନରେ, 

ସୁଖ ଭରି ପ୍ରତି ହୃଦୟରେ ।


ଭୁଲି ହୃଦୟେ ବାଦ ବିବାଦ, 

ନୂଆ ବର୍ଷରେ ମିଳୁ ଆନନ୍ଦ ।


ଏ ନୂଆ ବରଷ ଶୁଭ ଦିନ, 

ହସଖୁସିରେ ବିତୁ ଜୀବନ ।


Rate this content
Log in