STORYMIRROR

subrat kumar jena

Others

2  

subrat kumar jena

Others

ନୂଆ ବର୍ଷ ୨୦୧୯

ନୂଆ ବର୍ଷ ୨୦୧୯

1 min
524


ହେ ଆଗନ୍ତୁକ,

ନୂଆ ବର୍ଷ ୨୦୧୯.

ତୁମେ ସବୁରି ଆଶା ଓ ଆକାଂକ୍ଷା ର ବର୍ଷ ହୁଅ

ଚାରିଆଡେ ଭରି ଯାଉ ପ୍ରୀତି ଓ ଭାଇଚାରାର ସ୍ପର୍ଶ

କେହି ନ ମରନ୍ତୁ ପରାଣ ଆତଙ୍କେ

ସ୍ବପ୍ନ ର ପାରିଜାତ ଖସୁ ସୁନୀଳ ଆମ୍ବରୁ

ମାଟିର ମଣିଷ କର୍ମବୀର କୃଷକ ହସି ଉଠୁ

ମାଟିରୁ ତାର ଲଗାଇଥିବା ଝାଳ ର ପ୍ରକୃତ ଶ୍ରମ ପାଇ

ଆତଙ୍କି ସବୁ ଭୁଲି ଜାଉନ୍ତୁ ଆତଙ୍କର ସୁତ୍ରକୁ

ବାନ୍ଧି ହୋଇ ଯାଉନ୍ତୁ ସଭିଏଁ ବୁଧଂ - ସରଣଂ - ଗଛାମି ରେ

ସମସ୍ତଙ୍କୁ ନେଇ ଭଲ ପାଇବାରେ ଏକତା ବନ୍ଧନରେ

ତୋର ମୋର ନୁହଁ ସମସ୍ତଙ୍କୁ ସାଥିରେ ନେଇ

ବଞ୍ଚିବାର ମହାନ୍ ମନ୍ତ୍ରରେ

ନୂଆ ବର୍ଷ ୨୦୧୯ ହେଉ

ନୂଆ ଆଶା ନୂଆ ଉଦ୍ଦୀପନା ର

କିଛି ଗୋଟେ ନୂଆ କରି ଦେଖାଇବାର ପ୍ରୟାସ ସହିତ

ପ୍ରାକୃତିକ ଦୁର୍ବିପାକ କୁ ପରାହତ କରିବାର କୌଶଳ ସହିତ

ସମସ୍ତଙ୍କ ମଧ୍ୟରେ ଶାନ୍ତିର ମନ୍ତ୍ର ପରିବ୍ୟାପ୍ତ କରିବାରେ

ସମସ୍ତେ ଅଞ୍ଜୁଳିଏ ଆଞ୍ଜୁଳିଏ ପାଣି ଦେବା ଦରକାର

ଶାନ୍ତି,ପ୍ରେମ,ଭାଇଚାରାର ମହଦୃମ ମୂଳରେ

ନୂଆ ବର୍ଷ ୨୦୧୯ ହେଉ

ପ୍ରସ୍ଫ୍ପୁଟିତ କଢ଼ିକୁ ଫୁଟିବାରେ

ନ ହେଉ ସେମାନଙ୍କୁ ଦଳି ମକଚି ନଷ୍ଟ କରିବାରେ

ବନ୍ଦ ହେବା ଦରକାର ଶିଶୁ ମାନଂକ ଉପରେ ଯୌନଚାରକୁ

କେହି ଅବଳା ଦୂର୍ବଳା ଶିକାର ନା ହୁଅନ୍ତୁ

କାମନା ନିଆଁ ର ପାଶବିକ ଅତ୍ୟାଚାରରେ

ଅନ୍ତ ହେବା ଦରକାର ଶିଶୁ ଶ୍ରମିକ ପ୍ରଥାର

ସମୟ ହେବା ଦରକାର ସେମାନଙ୍କ ସାକ୍ଷରତା ର

ସେମାନଙ୍କୁ ନୁଆ ବର୍ଷରେ ନୂଆ ସ୍ବପ୍ନ ଦେଖାଇବାର

କନ୍ୟା ଭ୍ରୂଣ କୁ ହତ୍ୟାକରି ନର୍ଦ୍ଦମା ରେ ନ ଫୋପଡିବାରେ

ସମୟ ହେଉ ଭଗବାନ ଙ୍କ ମହାନ୍ ଦାନ କୁ

ଆନନ୍ଦର ସହ ନିଜର କରିବାର

୨୦୧୯ହେଉ ପୃଥିବୀରୁ ଆତଙ୍କର ଶେଷ ବର୍ଷର

ପ୍ଲାଷ୍ଟିକ ବ୍ୟବହାର କମ ଲାଗି ସଚେତନତା ବାଣ୍ଟିବା ର

ଚାରିଆଡେ ଶସ୍ୟ ଶ୍ୟାମଳା ଲାଗି ପରାମର୍ଶ ସହ କାର୍ଯ୍ୟ କରିବାର

ଜଣ ଜଣଙ୍କୁ ଗଛଟିଏ ଲଗାଇ ବାରେ ଉପଦେଶ ଦେବାର

ସବୁଥର ପରି ପୁରୁଣା ବର୍ଷକୁ ବିଦାୟ ଦେଇ

ନୂଆ ବର୍ଷ ନ ହେଉ ଖାଲି ନୂଆ ସ୍ବପ୍ନ ଦେଖିବାରେ

ସମୟ ହେଉ ସ୍ବପ୍ନକୁ ସତରେ ପରିଣତ କରିବାକୁ

ନିଜର ସତ ପ୍ରତିଶତ ସମୟ ଦେବାରେ


ସୁବ୍ରତ ଜେନା ୯୭୭୬୨୦୮୯୩୯୦


Rate this content
Log in