STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ନୂଆ ବୋହୁ

ନୂଆ ବୋହୁ

1 min
273

ବାପଘରକୁ ପର କରି ଆସିଥିବା

ନୂଆବୋହୁଟି ତନୁ ମନ ଏକ କରି

ବନ୍ଧନରେ ବାନ୍ଧିବାର

ମିଠା ମିଠା ଉଦ୍ଦୀପନା

ଚୁପି ଚୁପି ମିଠା କଥା କହି

ଲଜ୍ଜାର ଓଢଣା ଟାଣି

ତା ପାଇଁ ସବୁ ଆଜି ବାଟବଣା

ସମୟର ସ୍ରୋତରେ

ଚୁପି ଚୁପି ପାଉଁଜିର ଶଦ୍ଦ

ଛଳ ଛଳ ହସର ଝରଣା

ମୁଣ୍ତରେ ସିନ୍ଦୂରର ଆଭା

ଗଭାରେ ମଲ୍ଳୀ ମାଳ

ମନରେ ଭକ୍ତି ପ୍ରେମର କାମନା

ବଞ୍ଚିବାର ଗୋଟିଏ ବାହାନା ା

କାହିଁକି କେଜାଣି

ଏଠି ଦୋଷ କାହାର ?

ଏ ସମାଜର ନା

ଏଇ ଜୀବନ ଯାତ୍ରାର

ନା କଡ ଲେଉଟି ଥିବା

ଏଇ ସଭ୍ୟ ସମାଜର

ପରିସ୍ଥିତିକୁ ପାଦ ମିଳାାଇ

ଚାଲିବାକୁ ଚାହୁଁଥିବା

ଏଇ ନୂଆବୋହୁଟିର ?

ଯାହା ବି ହେଉ ବୋହୁ କିନ୍ତୁ ବୋହୁ

ବଦଳିଛି ସିନା ସମାଜ

ଶାଢି ଗହଣା ପରିପାଟୀ

ମନ କିନ୍ତୁ ଆଜି ସେମିତି

ତାକୁ ବୁଝାଇ ପାରିଲେ ହେଲା

ସେ ବି ଦିନେ ଝିଅରୁ ହୋଇଛିି ବୋହୁ

ଶାଶୁ, ଶ୍ୱଶୁରଙ୍କ କର୍ତ୍ତବ୍ୟକୁ

ଆମେ ଆପଣେଇ ନେଲେ

ସେ ହିଁ ହେବ ଆମ ନୂଆବୋହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍