STORYMIRROR

Ajit Kumar Raut

Others

3  

Ajit Kumar Raut

Others

ନୂଆ ଭାରତେ ନୂତନ ଉତ୍ସାହ

ନୂଆ ଭାରତେ ନୂତନ ଉତ୍ସାହ

1 min
128

ଦେଖ ସବୁ କ୍ଷେତ୍ରେ ମହିଳାଙ୍କ ଶକ୍ତି

 ଦିଏ ଟି ଗୌରବ ରାଷ୍ଟ୍ରେ       

ରାଷ୍ଟ୍ର ଶକ୍ତିଶାଳୀ ମହିଳାଙ୍କ ଯୋଗୁଁ

 ଗୌରବାନିତ୍ଵ ହିଁ ରାଷ୍ଟ୍ରେ।


ନାରୀ ଶକ୍ତି ଗୁଞ୍ଜେ ରଣକ୍ଷେତ୍ରେ ଆଜି

 ଗୁଞ୍ଜୁ ଅଛି ଖେଳ କ୍ଷେତ୍ରେ 

ରାଜନୀତି କ୍ଷେତ୍ରେ ମହିଳାଙ୍କ ଶକ୍ତି

 ଗୁଞ୍ଜେ ସଙ୍ଗୀତର କ୍ଷେତ୍ରେ।


ବିଶ୍ୱରେ ପାଆନ୍ତି ସୁନାମ ମହିଳା

 ଗୃହେ ଆଜି ଗୃହ ଲକ୍ଷ୍ମୀ

ବ୍ୟାଙ୍କ ଓ ଅଫିସେ କାର୍ଯ୍ୟରତ ପୁଣି

 ସାକ୍ଷାତେ ସେ ମହାଲକ୍ଷ୍ମୀ।


ଗୃହ କାର୍ଯ୍ୟ କରେ କର୍ତ୍ତ୍ୟବ ନିଷ୍ଠାରେ

 ଶାଶୁ ଶଶୁରଙ୍କ ସେବା 

ମନ୍ତ୍ର ସମଭାବ ଗୃହରେ ରଖେଟି

 ଅତିଥି ଆଦରେ ସେବା।


ପ୍ରଭୁ ଜଗନ୍ନାଥେ ଭକ୍ତି ଅହରହ

 ପତି ଭକ୍ତି ନିରନ୍ତର 

ଦଶ ମାସ ଗର୍ଭେ ଧରିଣ ସନ୍ତାନ

 ଜନ୍ମଟି ଦିଏ ତାହାର।


ଦେଖିବା ମାତ୍ରେ ହିଁ ସନ୍ତାନର ମୁଖ

 ଭୁଲି ଯାଏ ସବୁ ଦୁଃଖ 

ଶକ୍ତିମୟୀ ଏହୁ ଜନନୀଟି ଆମ

 ଥାଏ ସହି କଷ୍ଟ ଦୁଃଖ।


କର୍ମକ୍ଷେତ୍ରେ ତାଙ୍କ ନାହିଁ ସ୍ବାର୍ଥ ଭାବ

 କର୍ତ୍ତବ୍ୟରେ କାର୍ଯ୍ୟ ତହିଁ 

ଗୁଞ୍ଜେ ଆଜି ରାଷ୍ଟ୍ରେ ମହିଳାଙ୍କ ଶକ୍ତି

 ତାର ପଟାନ୍ତାର କାହିଁ।


ନାରୀ ନାରାୟଣୀ ଜନ୍ମଦାତ୍ରୀ ମାତା

 ସାକ୍ଷାତେ ଶକ୍ତି ସରୁପା 

ନାହିଁ ପଟାନ୍ତାର ବ୍ରହ୍ମାଣ୍ଡେ ତାହାର

 ସାକ୍ଷାତେ ଜଗ ସରୁପା।


ମନୁଷ୍ୟ ଉତ୍ପତ୍ତି ମାଆର କୋଳରୁ

 ସର୍ବଶକ୍ତିମୟୀ ମାଆ 

ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡେ ଗୁଞ୍ଜେ ପରାକାଷ୍ଠା

 କର୍ମମୟୀ ଆଜି ମାଆ।


ଲେଖେ ଇତିହାସ ନୂଆ ଭାରତରେ

 ମହିଳାଙ୍କ ନାରୀ ଶକ୍ତି 

ଦିଅନ୍ତି ସମ୍ମାନ ବିଶାଳ ରାଷ୍ଟ୍ରକୁ

 ବିଶ୍ୱେ ଗୁଞ୍ଜେ ମାତୃଶକ୍ତି।


ତ୍ୟାଗ ପ୍ରତିମୂର୍ତ୍ତି ଧର୍ଯ୍ୟ ପ୍ରତିମୂର୍ତ୍ତି

 ଶକ୍ତି ପ୍ରତିମୂର୍ତ୍ତି ମାଆ 

ଧର୍ମ ପ୍ରତିମୂର୍ତ୍ତି ସତ୍ୟ ପ୍ରତିମୂର୍ତ୍ତି

 କରୁଣାମୟୀ ହିଁ ମାଆ।


ଜ୍ଞାନ ପ୍ରତିମୂର୍ତ୍ତି ବିଦ୍ୟା ଦାତ୍ରି ମାଆ

 ଗୃହର କାର୍ଯ୍ୟରେ ମାଆ 

କର୍ତ୍ତବ୍ୟେ ଭୂଷଣ ମହିଳା ଆଜିର

 ସତୀ ସାବିତ୍ରୀ ସେ ମାଆ।



Rate this content
Log in