ନୁହଁ ତୁହି ସାନ
ନୁହଁ ତୁହି ସାନ
1 min
199
ପଡ଼ି ଉଠି ଉଡ଼ି ଶିଖନ୍ତି ଶାବକ
ପକ୍ଷୀ କି ଶିଖିବ ଉଡ଼ା,
ଟିକି ଟିକି ଫୁଲ ସମ୍ଭାରେ ହୁଅଇ
ଆଦରର ଫୁଲ ତୋଡ଼ା ।
ଅଭିମାନ ଆଉ କରନା ଜୀବନେ
ହାରିଗଲ କହି କାହିଁ ,
ପରମ ବିହାରୀ ପାଦେ ଆଶ୍ରା କର
ପାରି ହେବ ଆଶା ନଈ।
ଛୋଟମନ ଦିନେ ମୋଟା ହୋଇଥାଏ
ମନମୋଟା କରନାହିଁ ,
ନିଷ୍ଠା ରଖିଥିଲେ ଶ୍ରେଷ୍ଠ ଉପାର୍ଜନ
ହାତେ ଗଢ଼ ହୋଇଥାଇ ।
ଯେତେ ରଥିଗଲେ ସ୍ଵଂୟ କୀର୍ତ୍ତି ରଚି
ସକଳ ନିଉନ ଥିଲେ,
ଵିକଳ ହୋଇଲେ କିଛି ନ ମିଳଇ
ଧୀର ପାଣି ଶିଳା ଟାଳେ ।
ବୋଧକର ମନ ନୁହଁ ତୁହି ସାନ
ପାରିବୁ ସକଳ ଜିଣି,
ଫୁଟିଲା ଫୁଲକି ଫୁଟେ ଆଉଥରେ
ହେବୁ ତୁ ଜଗତେ ମଣି ।
