STORYMIRROR

Suresh chandra Padhy

Others

2  

Suresh chandra Padhy

Others

ନୁଆଁ ଖାଇ

ନୁଆଁ ଖାଇ

1 min
121


ଭାଦ୍ରବ ମାସରେ ନୁଆଁ ଖାଇ ପରଵ ଆସେ

ପାର୍ବଣ ଋତୁ ରେ ଧରା ଧାମ ନାଚି ହସେ

ମାଆ ସମଲେଇ ପାଶେ ନୁଆଁ ଅନ୍ନ ଲାଗି ହୁଅଇ

ଘର କୁ ବିଦେଶରୁ ବି ପୁଅ ଲେଉଟି ଆସଇ

ଏହି ଦିନ ରେ ସର୍ବେ ନୁଆଁ ବସ୍ତ୍ର ପିନ୍ଧନ୍ତି

ନୁଆଁ ଖାଇ ଭେଟ ଘାଟ ସଭିଏଁ ପାଳନ୍ତି

ନୁଆଁ ଅନ୍ନ ନୁଆଁ ଚୁଡା ସଭିଏଁ କରନ୍ତି ଆହାର

ନୁଆଁ ଜାମା ପିନ୍ଧି କରନ୍ତି ବଡ଼ ଙ୍କୁ ନୂଆ ଖାଇ ଜୁହାର

ଆମ ଓଡିଶା ର ଇଏ ନିଆରା ପରଵ ଅଟଇ

ପଶ୍ଚିମ ଓଡିଶା ରେ ଘରେ ଘରେ ଏହି ପର୍ବ ହୁଅଇ

ନୁଆଁ ଖାଇ ପରଵ ର ଘେନ ଅଭିନନ୍ଦନ

ସୁଖ ଶାନ୍ତି ରେ ବିତି ଯାଉ ସଭିଙ୍କ ର ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍