ନଶ୍ୱର ଈଶ୍ୱର
ନଶ୍ୱର ଈଶ୍ୱର
1 min
13.6K
ପ୍ରତାପ ନାୟକ
୭୦୦୮୦୫୪୨୮୨
ହେ ଈଶ୍ୱର
ନଶ୍ୱର ଦେହରେ ତୁମ ଚମତ୍କାର...
ଆକାର ବିକାର ଶୂନ୍ୟ
ବିଧ୍ୱଂସ ଚିତା ଭିତରୁ ତୁମେ ଋପକାର...
ମହଣ ମହଣ ଚନ୍ଦନ ଅଗରୂ
ଶୁନ୍ୟରେ ଶୂନ୍ୟ ତୁଳସୀ ପୁଣି ଦୟଣା ଭରା କୁଂଜବନ ରାତି....
ନିଶିଦ୍ଧ ପୃଥିବୀର ବର୍ତ୍ତୁଳାକାର ବାରଓଷା ତେର ପର୍ବ!
ପୂର୍ଣ୍ଣିମା ଅମାବାସ୍ୟା ସଂକ୍ରାନ୍ତିର ଦ୍ୱାହିଦେଇ
ଚାଲିଆସ ପାଳିବାକୁ ଧରାଧାମେ
ଅବତରୀ ଅବତାର....
ନାଁ ହୁଏ କଂସ ରାବଣ ଅବା ବଳୀ ରାଜାଟିର.....
ମିଛରେ ପବନେ ଉଡେ
ନେତ ଫରଫର...
ଯୁଗ ପରେ ଯୁଗ ବିତେ
ବିତେନାହିଁ ଆଖିଲୁହ ଧାରେ ହସ
ବିତେନାହିଁ ପେଟ ଭୋକ ମୁହଁ ଲାଜ
ଅଳିକରେ ମଥା ପିଟେ
ରାଗ କରେ ତ୍ୟାଗ ବି କରେ....
ହେ ନଶ୍ୱର ଈଶ୍ୱର....
ମୁରୁକି ହସ ତୁମ ଲାଖି ରହେ ତୁମ ଓଠେ
ପୁଣି ଆମ ଆଖି ଧାରେ....
