STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ନୃତ୍ୟାଙ୍ଗନା ପ୍ରିୟତମା

ନୃତ୍ୟାଙ୍ଗନା ପ୍ରିୟତମା

1 min
135


ପାଦର ଘୁଙ୍ଗୁର ହେଲାଣି ଅଧିର

ତେଜିଲାଣି ସଞ୍ଜବତୀ

ହୃଦ ମଣ୍ଡପକୁ ଆସହେ' ସଅଳ 

ଶ୍ରୀକ୍ଷେତ୍ର କାଳିଆହାତୀ..


ସାଇତା ପିରତି ତୁମ୍ଭ ଶ୍ରୀଚରଣେ 

ନୃତ୍ୟରତେ ସମର୍ପିଣ 

ଭକତି ଅମୃତ ପାନକରି ମୁଁ ଯେ

ଲଭିବି ତହିଁ ନିର୍ବାଣ...


କେତେଯୁଗ ହେଲା ତୁମ୍ଭ ବିରହରେ

ଚକ୍ରବ୍ୟୁହେ ଘୁରୁଥିଲି 

ତୁମ୍ଭ କୃପା ଘେନି ଘୋର କଳିକାଳେ

ନର୍ତ୍ତକୀ ମୁଁ ସାଜିଗଲି..


ଷୋହଳ ସହସ୍ର ଗୋପୀ ମନଚୋର 

ମୋ ପାଖେ ଦେବ କି ମନ

ଅବା ଚାହିଁବନି ବାଙ୍କ ଚାହାଣୀରେ

କରିଦେଇ ହିନିମାନ..


କହିବୁ ଯଦିରେ ତାଳେ ତାଳେ ନାଚି

ଖୋଲିଦେବି ମନ ଗଣ୍ଠି 

ନିରେଖି ଚାହିଁଲେ ଅନ୍ତରେ ଦେଖିବୁ

ରଖିଛି ତୋତେ ସାଇତି..


ପ୍ରିୟତମ ତୁମେ ପ୍ରିୟତମା ମୁଁ ଯେ

ଉଛୁର ଆଉ କରନି

ଘୁଙ୍ଗୁର ଉଛୁର ପିରତି ଉଛୁଳା 

ବୋଲ ଜମା ମାନନ୍ତିନି..


ସତରେ କହ୍ନେଇ ନୃତ୍ୟାଙ୍ଗନା ଭାବି

ନ ଆସୁ କି ମୋର ପାଶ

ନ ଆସିବୁ ଯେବେ ମୋ ହୃଦ ମଣ୍ଡପେ

ରୋକିଦେ ଶେଷ ନିଶ୍ୱାସ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍