ନର୍ତ୍ତକୀ
ନର୍ତ୍ତକୀ
1 min
197
ଚକ୍ରବ୍ୟୁହ ରଚେ ସମୟର ଗତି
ଭ୍ରମ ଭାବନା ରେ ଭ୍ରମଇ ମନ,
ହୃଦୟରେ ରଖି ବିଶାଳ ପ୍ରସ୍ତର
ମିଥ୍ୟା ମୁଖା ପିନ୍ଧି ଦିଶଇ ଭିନ୍ନ ।
ହରାଇ ହାରିଛି କେତେ ସମ୍ପର୍କ
ନିଜ କ୍ଷତ ଲହୁ କରଇ ପାନ,
ନର୍ତ୍ତକୀ ସାଜି ସମୟର ହସ୍ତେ
କରୁଥାଏ ନୃତ୍ୟ ସେ ଆଜୀବନ ।
ସଂସାର ର ପଥ କଣ୍ଟକ ପୂର୍ଣ୍ଣ
କ୍ଷତାକ୍ତ ପାଦରେ ଯନ୍ତ୍ରଣା ଭିନ୍ନ,
ଲୁଚାଇ କ୍ଷତ କୁ ମିଥ୍ୟା ର ହସ
ଅମୃତ ମଣି କରେ ବିଷପାନ।
ଜ୍ୱଳନ ର ମାନେ ବୁଝିବ କିଏ
ଅନ୍ତର ଦହନ ଗୁପ୍ତରେ ରହେ,
ଜଳନ୍ତା ଅଙ୍ଗାର ସମ ଏ ମନ
ଅକୁହା କଥା ମୋ ହୃଦୟ ଦହେ।
