STORYMIRROR

Ghanashyam Biswal

Others

3  

Ghanashyam Biswal

Others

ନରକପୁର

ନରକପୁର

1 min
322

ଶୁଣିଥିଲି

କୁକର୍ମୀ, ବଳାତ୍କାରୀ, ଅହଙ୍କାରୀ

ସଜାପାଏ ନରକପୁରରେ

ଆଉପୁଣି ବ୍ୟଭିଚାରୀ, ଅତ୍ୟାଚାରୀ

ହୁଏ ଦଣ୍ଡିତ

ଜୀବନବ୍ୟାପୀ ପାପର ପ୍ରାୟଶ୍ଚିତ ସକାଶେ

କିଏ ଅବା ଦେଖିଛି ସେଇ

ଅଗମ୍ୟ ଅସୀମ ନରକପୁର

ମିଥ୍ୟା ପରମ୍ପରା

ଅନ୍ଧ ଅନୁଭବକୁ

ପ୍ରଥାର ପରିଚୟ ଦେଇ

ନିରୀହ ହୁଅନ୍ତି ଶିକାର

ହୁଅନ୍ତି ଶୋଷିତ, ନିଷ୍ପେସିତ ଆଉ ଅତ୍ୟାଚାରିତ

ମୂଲ୍ୟହୀନ ଭାବନାର ଅନ୍ତେ ସିନା

ଆସିବ ନୂଆ ଏକ ସକାଳ

ହେବେ ସଭିଏଁ ସତ୍ୟବାଦୀ

କରିବେ ତର୍କ

ମାଗିବେ ପ୍ରମାଣ

ସାମ୍ନା କରିବେ ପାପୀର

ନରକପୁରକୁ ଭୁଲି ସଜାଦେବେ ଧରଣୀପୁରରେ

ଭସ୍ମ ହେବେ ବଳାତ୍କାରୀ

ଅନ୍ୟାୟର ହେବ ସମୂଳ ଧ୍ବଂସ

ଆଉ ମରିବେ ସବୁ କୁକୁର କଂସ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍