STORYMIRROR

JitendraNath Gahir

Others

3  

JitendraNath Gahir

Others

ନର ରୂପି ରାକ୍ଷସ

ନର ରୂପି ରାକ୍ଷସ

1 min
13.4K


ଫୁଲଟିଏ ହୋଇ ଫୁଟିବା ଆଗରୁ

ତୋଳି ଦେଲା ନିଜେ ମାଳୀ

ଫୁଟି ମହକିବା ଅଭିଳାଷ ଥିଲା

କଢ଼ରୁ ପଡିଲୁ ବଳି ।1।

ପରିଚୟ ତୋର କେହି ଦେଲେ ନାହିଁ

ସମସ୍ତେ କରିଲେ ପର

ଠିକଣା ତୋହର ଖୋଜିବା ଆଗରୁ

ଅଳିଆ ଗଦାରେ ଘର ।2।

ମଣିଷଖିଆଙ୍କ କ୍ଷଣିକ ସୁଖ ତୁ

ରାସ୍ତା କଡେ ହେଲୁ ଫିକା

ତୋ ଜୀବନ ଦୀପ ଜଳିବା ଆଗରୁ

ଲିଭି ଗଲା ତୋର ଶିଖା ।3।

କୁକୁରମାନଙ୍କ ପାଇଁ ତ ସାଜିଲୁ

କଅଁଳିଆ ସ୍ଵାଦ ମାଂସ

କାହା ଭୁଲ ଯୋଗୁ ଶାସ୍ତି ତୁ ପାଇଲୁ

କ'ଣ ବା ତୋହର ଦୋଷ ।4।

ଜିତେନ୍ଦ୍ର ନାଥ ଗହିର, ନୂଆପଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍