STORYMIRROR

BHAGABANA NAIK

Others

3  

BHAGABANA NAIK

Others

ନୋହିଲେ ଉଠିବ ଝଡ଼

ନୋହିଲେ ଉଠିବ ଝଡ଼

1 min
165


କିଏ କହୁଥିଲ ପରସେଣ୍ଟ କଥା

କିଏ କହୁଅଛ କମ୍ ନମ୍ବର,

କିଏ ନିନ୍ଦୁଅଛ ବିଦ୍ୟାଳୟେ ପୁଣି

କିଏ କରୁଅଛ ଗଧ ବେପାର। 


ପରସେଣ୍ଟ ଆଉ ପ୍ରାପ୍ତାଙ୍କ ବିଷୟେ 

ଜମା ନାହିଁ ଯଦି ମୌଳିକ ଜ୍ଞାନ, 

ମିଡିଆ ସାମ୍ନାରେ ଦମ୍ଭୋକ୍ତିରେ କହି 

ସାଉଁଟୁଛ କିମ୍ପା ଲଜ୍ଜା, ଅପମାନ? 


କା'ର ପୁଷମାସ କା'ର ସର୍ବନାଶ 

ବୋର୍ଡ ଆଗେ କର ଉପସ୍ଥାପନ, 

ସରକାରୀ ବେସରକାରୀ କୁହ ନା 

ଜାଣିଥା, ସବୁଠି ପାଠ ସମାନ। 


ପିତାମାତା ପା'ନ୍ତି ସରକାରୀ ବେତନ 

ତା'ବଳେ ଚୟନ ଶିକ୍ଷାନୁଷ୍ଠାନ, 

ଯେଉଁ ବୃକ୍ଷ ତୁମ ଜୀବନ ଜୀବିକା 

ସ୍ୱହସ୍ତେ କର ତା' ଶାଖା ଛେଦନ! 


କେତେ ଅଫିସର ଜାତି କର୍ମବୀର 

ଏହି ବିଦ୍ୟାଳୟ କରିଛି ସୃଷ୍ଟି, 

କେତେ ପରସେଣ୍ଟ, ନମ୍ବର ରଖିଲେ 

 ଏହାଠୁ ହଟିବ ସେ ହୀନ ଦୃଷ୍ଟି? 


ଦେଶ ଜାତି ହିତେ କର ହେ ସଂଗ୍ରାମ 

କାଦୁଅ ଫିଙ୍ଗାଫିଙ୍ଗି ମୁଣ୍ଡରୁ କାଢ, 

ନିଜ ପରାକାଷ୍ଠା ସାମର୍ଥ୍ୟରେ ଜିଣ 

ନୋହିଲେ ସମାଜେ ଉଠିବ ଝଡ଼ । 



Rate this content
Log in