ନନ୍ଦର ନନ୍ଦନ
ନନ୍ଦର ନନ୍ଦନ
1 min
293
ନନ୍ଦର ନନ୍ଦନ ଜଗତ ବନ୍ଦନ
ସକଳ କାରଣ ତାରଣ
କରୁଣା ନିଦାନ ରାଧିକା ରମଣ
ଦିଅହେ ଚରଣେ ଶରଣ॥୦॥
ମଦନ ମୋହନ ଗୋପୀଙ୍କ ପରାଣ
କାହ୍ନା ବ୍ରଜକୁଳ ରକ୍ଷଣ
ବିପଦ ଭଞ୍ଜନ ଗରବ ଗଞ୍ଜନ
ଅସୁର କୁଳର ନାଶନ
ଯଶୋଦା ଜୀବନ ଦେବକି ନନ୍ଦନ
ବିପତ୍ତି କରହେ ଖଣ୍ତନ ।୧।
ଜୀବର ଜୀବନ ଅନ୍ଧର ନୟନ
ଅଜ୍ଞାନର ତୁମେ ହିଁ ଜ୍ଞାନ
ବିଧିର ବିଧାନ ରାଜିବ ଲୋଚନ
ଗୋପୀଜନ ପରାଣଧନ
ଭାବ ବୋନୋଦନ ଚରଣ ବରଣ
କରୁଛି ଦୀନ ଅକିଞ୍ଚନ ॥୨॥
