STORYMIRROR

Anirudha Kund

Others

3  

Anirudha Kund

Others

ନନ୍ଦର ନନ୍ଦନ

ନନ୍ଦର ନନ୍ଦନ

1 min
298


ନନ୍ଦର ନନ୍ଦନ  ଜଗତ ବନ୍ଦନ

 ସକଳ କାରଣ ତାରଣ

କରୁଣା ନିଦାନ ରାଧିକା ରମଣ

  ଦିଅହେ ଚରଣେ ଶରଣ॥୦॥


ମଦନ ମୋହନ ଗୋପୀଙ୍କ ପରାଣ

   କାହ୍ନା ବ୍ରଜକୁଳ ରକ୍ଷଣ

 ବିପଦ ଭଞ୍ଜନ ଗରବ ଗଞ୍ଜନ

   ଅସୁର କୁଳର ନାଶନ

ଯଶୋଦା ଜୀବନ ଦେବକି ନନ୍ଦନ

   ବିପତ୍ତି କରହେ ଖଣ୍ତନ ।୧।

 

ଜୀବର ଜୀବନ ଅନ୍ଧର ନୟନ

  ଅଜ୍ଞାନର ତୁମେ ହିଁ ଜ୍ଞାନ

ବିଧିର ବିଧାନ ରାଜିବ ଲୋଚନ

   ଗୋପୀଜନ ପରାଣଧନ

 ଭାବ ବୋନୋଦନ ଚରଣ ବରଣ

   କରୁଛି ଦୀନ ଅକିଞ୍ଚନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍