STORYMIRROR

Suresh chandra Padhy

Others

3  

Suresh chandra Padhy

Others

ନନ୍ଦି ଘୋଷ

ନନ୍ଦି ଘୋଷ

1 min
187


ନନ୍ଦି ଘୋଷ ସଜ ହୋଇଲା

ଡାହୁକ ଡାକ ଦେଲା

ଡାକୁଛି ଭକତ କାଳିଆ ସାଆନ୍ତ

ବେଳ ଉଛୁର ହୋଇଲା ।


ତୋତେ ଡାକିବାକୁ ନାହିଁ ମୋ ଶକତି

ମିଛ ମାୟା ରେ ପଡ଼ିଅଛି ମୁ ମୂଢ଼ ମତି

ତୁ ଯାଉ ଅଛୁ ନନ୍ଦି ଘୋଷ ରଥ ରେ

କେତେ ଦୁଃଖ ମୁ ସହୁଛି ମିଛ ସଂସାରେ ।


ତୋ ନନ୍ଦି ଘୋଷ କୁ ଚାହିଁଛି ମାଉସୀ ମା ତୋର

କେବେ ଆସିବ ରେ ଜଗା ବଳିଆ ମୋର

ପୋଡ଼ ପିଠା କୁ ମୁ ଶରଧା ରେ ଦେବି

ମୋ ଧନ ମାଳି ତୁମ ପଥ କୁ ଦେଖୁ ଥିବି ।


କୁରୁ କ୍ଷେତ୍ର ଧର୍ମ କ୍ଷେତ୍ର ରେ ନନ୍ଦି ଘୋଷ ରେ ଆସିଲ

ଅର୍ଜୁନ ରଥରେ ତୁମେ ସାରଥୀ ହୋଇଲ

ଗିତା ଜ୍ଞାନ କୁ ତୁମେ ନନ୍ଦି ଘୋଷ ରଥେ ଦେଇଥିଲ

ନନ୍ଦି ଘୋଷ ରଥେ ତୁମ ବିଶ୍ୱ ରୂପ 

ଦର୍ଶନ ଦେଲ ।


ନନ୍ଦି ଘୋଷ ରଥେ ଯିଏ ଦେଖିବ କଳା ବାମନ

ମୁକତି ଲଭିବ ପାପ ଚାଲି ଯିବ ପାଇ

ଯିବ ନିର୍ବାଣ

ବରଷ କେ ଥରେ କାଳିଆ ମୋ ଜନ୍ମ ଭୂମି କୁ ଯାଉଛି

ଜନନୀ ଜନ୍ମ ଭୂମି କୁ କେବେ ଭୁଲି ନ ଯାଅ ସଭିଙ୍କୁ କହୁଛି ।


ତୋ ଶ୍ରୀ କ୍ଷେତ୍ର କୁ ଥରେ ଡୋରି ଲଗେଇ ଦେ

ତୋ ନନ୍ଦି ଘୋଷ କୁ ମୋତେ ଛୁଆଁଇ ଦେ

ଜୀବ ସାଥେ ପରମ କୁ ମିଶାଇ ତୁ ଦେ

ଜନ୍ମ ଜନ୍ମ ପାତକ ରୁ ମୁକତି ତୁ ଦେ ।


ଚାହିଁଛି ସିଂହ ଦୁଆର ନନ୍ଦି ଘୋଷ କେବେ ଆସିବ

ଗହଳି ଲଗାଇ କାଳିଆ ଗୋଟି ପହଣ୍ଡି ରେ ଫେରିବ

ଶରଧା ବାଲି ଧନ୍ୟ ହୋଇଯିବ

ଚତୁର୍ଧା ମୂରତି ଙ୍କ ସ୍ଵର୍ସ ସେ ପାଇବ ।


ନନ୍ଦି ଘୋଷରେ ଆସୁଅଛି ମୋ କଳା

ବାମନ

ବଡ଼ ଦାଣ୍ଡେ ଚାହିଁ ରହିଛି 

ଭକତ ନୟନ

ଟାହିଆ ହଲାଇ ଆସୁଛି ଭକତ ପାଖକୁ ଚାଲି

ନଅ ଦିନ ପାଇଁ ଜନ୍ମ ବେଦି କୁ ଯାଉଅଛି ବୁଲି ।


କଥା ଦେଇ ଚାଲି ଗଲେ ପ୍ରାଣ ପ୍ରିୟ ଠାକୁର

ଲକ୍ଷ୍ମି ଠାକୁରାଣୀ ଚାହଁ ରହିଛନ୍ତି

ଝୁରୁଛି ଶ୍ରୀ ମନ୍ଦିର

ଶୂନଶାନ ଲାଗୁଛି ଆଜି ଆନନ୍ଦ ବଜାର

ଖାଲି ଖାଲି ଲାଗୁଅଛି ସିଂହ ଦୁଆର ।



ଦେହ ନନ୍ଦି ଘୋଷ ରଥ ମୋ ହୋଇଛି

କାଳିଆ ସୁନା ମୋ ରଥି ହୋଇ ବସି ଅଛି

ହୃଦୟ ସିଂହାସନ କୁ ସମର୍ପି ଦେଇଛି

ଷଡ଼ ବିକାର କୁ ସେ ଦମନ କରୁଛି ।



Rate this content
Log in