STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ନନ୍ଦଘରେ ଗୋବିନ୍ଦ

ନନ୍ଦଘରେ ଗୋବିନ୍ଦ

1 min
13.9K



• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• -----------------

• ଗୋପ ପୁରେ କଳାକାହ୍ନା

• ଦେଖ ଦେଖ ସଖୀ ନୋହି ବିମନା , ସଖୀଲୋ

• ମୁଖ / ନିନ୍ଦେ କୋଟିଏ ଚନ୍ଦ୍ରମା ।।

• ନନ୍ଦ ମନ୍ଦିର ସୁନ୍ଦର

• ଦିଶୁଛି ସତେକି ଅଳକା ପୁର , ସଖୀଲୋ

• ଆନ / ମନା ସର୍ବ ଗୋପାଙ୍ଗନା ।।

• ଯଶୋମତୀ କୋଳ ହରି

• ମଣ୍ଡିଛନ୍ତି ଦେଖ ବ୍ରଜବିହାରୀ , ସଖୀଲୋ

• ପଦ / ପଙ୍କଜେ କର ବନ୍ଦନା ।।

• ମହା ମହୋତ୍ସବେ ଭରି

• ନାଚୁଅଛି ଦେଖ ସେ ବ୍ରଜପୁରୀ , ସଖୀଲୋ

• ଶୋଭା / ନୁହଇ କରି ବର୍ଣ୍ଣନା ।।

• ସକଳ ଗୋପୀ, ଗୋପାଳ

• ଉତ୍ସବ ପାଳନ୍ତି ହୋଇଣ ଭୋଳ ,ସଖୀଲୋ

• ଏଣେ / କଂସ କରଇ ଭାବନା ।।

• କିଏସେ ବିଜୁଳି କନ୍ୟା

• ମୁଷ୍ଟି ରୁ କେମନ୍ତେ ଖସିଲା କିନା , ସଖୀଲୋ

• ଏତ / ଅଟେ ବଡ଼ ବିଡ଼ମ୍ବନା ।।

• ନନ୍ଦ ମନ୍ଦିରେ ଗୋବିନ୍ଦ

• ମାରିବାକୁ କଂସ କରଇ ଛନ୍ଦ , ସଖୀଲୋ

• ସେତ / କରେ ଅନେକ ଛଳନା ।।


Rate this content
Log in