STORYMIRROR

Debabrata Mishra

Others

4  

Debabrata Mishra

Others

ନନା

ନନା

1 min
491

ନନା....

ତୁମେ ପିତା, ତୁମେ ଗୁରୁ, ତୁମେ ଈଶ୍ବର

ତୁମେ ଅଜସ୍ର ଦାୟିତ୍ୱପଣର ଅଧିକାରୀ

ଧନୀ ତୁମେ ପାରିବାରିକ ସଂସ୍କାର ଓ ଶିକ୍ଷାରେ

ନିଷ୍ଠୁରତା ର ମିଛ ଆବରଣ ତଳେ ପ୍ରେମର ମଣିଷ ତୁମେ,


ନନା....

ଗମ୍ଭୀରତା ଭିତରେ ବି ତରଳ ମନଟେ ତୁମର

ତୁମେ ସଚ୍ଚୋଟ ପରିଶ୍ରମୀର ଉଦାହରଣ

ତୁମ ପଢେଇଥିବା ପାଠରେ ପାଠୁଆ ଆମେ

ପ୍ରତିବାଦ କରିବାର ନୈତିକ ସାହସୀ ତୁମେ,


ନନା.....

ତୁମ ହାତ ବିନା ଏ ଜୀବନ ଶୂନ୍ଯ ମରୁଭୂମି

ତୁମେ ଛାଡିଗଲା ପରେ ଅଧାଅଧା ଏ ଯାତ୍ରା

ମିଳୁଥାଉ ତୁମଠାରୁ ଆଶୀଷ ସଦା ହାତପାତି ଚାଲିଛୁ

ସଂଘର୍ଷର ପଥ ଦେଖାଇଛ ବଞ୍ଚିବାର ଅର୍ଥ ଶିଖାଇଛ ତୁମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍