STORYMIRROR

Debadatta Jena

Children Stories Inspirational Children

4  

Debadatta Jena

Children Stories Inspirational Children

ନମୋ ଲମ୍ବୋଦରାୟ ନମଃ

ନମୋ ଲମ୍ବୋଦରାୟ ନମଃ

1 min
168

ହେ ଅଗ୍ରପୂଜ୍ୟ,

କିଏ କହେ ତୁମ୍ଭେ ଦେବାଧିଦେବ ତ,

କିଏ କହେ ବକ୍ର ତୁଣ୍ଡ,

କିଏ କହେ ତୁମ୍ଭେ ବିଶେଷ ନାୟକ,

ବିଘ୍ନନାଶ ,ବିନାୟକ,

ତୁମ୍ଭେ ବିଘ୍ନରାଜ, ଗଣେଶ,ବିଘ୍ନେଶ,

ବିଘ୍ନ ହନ୍ତା,ଗଣନାଥ,

ତୁମ୍ଭେ ହୟଗ୍ରୀବ, ତୁମ୍ଭେ ତ ହେରମ୍ବ,

ଗଣାଧିଶ, ଗଣେଶ୍ୱର!

ହେ ଗଜାନନ,

ହେ ଗଣ ନାୟକ,ହେ ଗଜ ବଦନ,

ବିଘ୍ନ ହର୍ତ୍ତା, ବିଘ୍ନ ହର,

ହେ ବିଦ୍ୟାଦାତା,ହେ ଗଣ ଦେବତା, 

ଲମ୍ବୋଦର ଏକଦନ୍ତ,

ଗଜାସ୍ୟ,ଆଖୁଗ, ହେ ପରଶୁ ପାଣି,

ଶୂପ କର୍ଣ୍ଣ, ଗଣେଶାନ,

ହେ କୃଷ୍ଣ ପିଙ୍ଗାକ୍ଷ,ହେ ବିଘ୍ନ ରାଜେନ୍ଦ୍ର,

ଗଜ ବକ୍ର, ଗଜାନନ!

ତୁମ୍ଭେ ଗଣପତି,ତୁମ୍ଭେ ଗଣାଧ୍ୟକ୍ଷ ପ୍ରଭୂ,

ଧୁମ୍ର କେତୁ, ବ୍ରହ୍ମଣସ୍ପତ,

ତୁମ୍ଭେ ହିଁ ସମ୍ଭବ,ବିଘ୍ନ ହନ୍ତା ,ସୁ ସ୍ପଖ,

ଧୂମ୍ର ବର୍ଣ୍ଣ, ଭାଲ ଚନ୍ଦ୍ର,


ମହଙ୍କତ ନାମେ ଅଦିତି ନନ୍ଦନ,

ସତ୍ୟ ଯୁଗେ ଅବତୀର୍ଣ୍ଣ,

ଦେବାନ୍ତକ,ନରାନ୍ତକ ରାକ୍ଷସ ନାଶନ,

କାଶ୍ୟପଙ୍କ ତୁମ୍ଭେ ନନ୍ଦନ!

ତ୍ରେତୟାରେ ତୁମ୍ଭେ ପାର୍ବତୀ ତନୟ,

ସିନ୍ଧୁ ରାକ୍ଷସ ନାଶକ,

ଅଟ୍ରି ଋଷି ପୁତ୍ର ଓ ଅନୁସୂୟା ସମ୍ଭୂତ,

ମୋଦକ ପ୍ରିୟ ମୋକ୍ଷକ,

ରିଦ୍ଧି, ସିଦ୍ଧି ନାଥ, ହେ ଗଣ ନାୟକ,

ଗିରି ସୂତା,ଗିରିଜା ନନ୍ଦନ,

ଦ୍ୱାପରରେ ଉମା,ହେ ଶମ୍ଭୁ ନନ୍ଦନ,

ଗଜ ମଖାଶୁର ମୁକ୍ତକାମ!

ହେ ମୂଷିକ ବାହକ,ଅଭୟ ବରଦ,

ଦୟାମୟ ଆଦି ଦେବ,

କଳି ଯୁଗେ ତୁମ୍ଭେ ଧୂମ୍ର କେତୁ ନାମ,

ପରଶୁ,ଅଙ୍କୁଶ,ପାଶ ଅସ୍ତ୍ର,

ତୁମ୍ଭେ ରକ୍ତ ପୁଷ୍ପ ପ୍ରିୟ,ହେ ଦ୍ୱୈମାତୁର,

ହୃଦ ରକ୍ତ ଚନ୍ଦନ ଶୋଭିତ,

ତୁମ୍ଭେ ବକ୍ର ତୁଣ୍ଡ, ତୁମ୍ଭେ ମହାକାୟ,

ତୁମ୍ଭେ ଅଷ୍ଟ ବିନାୟକ!

ନୂପୂର ସ୍ଵନ ତୁମ୍ଭ ସଂଗୀତ ସାଧନ,

ଡମ୍ବରୁ ନାଦ ବେଦାଧ୍ୟୟନ,

ତୁମ୍ଭେ ଗଣନାଥ,ହେ ଗଣପତି ନାଥ,

ଗଣେଶ୍ୱର ଗଣେଶାନ,

ତୁମ୍ଭେ ଅଗ୍ରଗଣ୍ୟ, ତୁମ୍ଭେ ଗଣଗ୍ରମୀ,

ଗାଣାଧିପତି ଗଣନାୟକ,

ତୁମ୍ଭେ ଏକଦନ୍ତ, ତୁମ୍ଭେ ଏକଦ୍ରଂଷ୍ଟା,

ଗଜ ବଦନ ନମୋ ନମଃ!



Rate this content
Log in