Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ନମଃ ଲକ୍ଷ୍ମୀନାରାୟଣ

ନମଃ ଲକ୍ଷ୍ମୀନାରାୟଣ

1 min
158


ନମଃ ଲକ୍ଷ୍ମୀନାରାୟଣ ବଇକୁଣ୍ଠ ବାସୀ l

ବିକୁଣ୍ଠ ଚିତ୍ତରେ ବୈକୁଣ୍ଠରେ ଅଛ ବସି ll


ହସ୍ତଯୋଡ଼ି ବିନତାନନ୍ଦନ ଆଗେ ଉଭା l

ଲକ୍ଷ୍ମୀନାରାୟଣ ମୂର୍ତ୍ତି ଉପମା କି ଦେବା? 


ଫଣା ବିସ୍ତାରି ଅଛନ୍ତି ନାଗ ଶେଷଦେବ l

ତ୍ରେତୟା ଲକ୍ଷ୍ମଣ ଦ୍ୱାପରରେ ବଳଦେବ ll


ପାଦ ଚାପୁଛନ୍ତି ମାତା ଲକ୍ଷ୍ମୀ ଠାକୁରାଣୀ l

ଜଗତେ କାହିଁ ଅଛନ୍ତି ତା' ପରି ଘରଣୀ ll


ସାଗର ମନ୍ଥନେ ମାତେ ଜନମ ଲଭିଲେ l

ଶ୍ରୀହରିଙ୍କ କୋଳମଣ୍ଡି ଜଗତ ମୋହିଲେ ll


ରତ୍ନାକର ରାଜଜେମା ବହୁ ରତ୍ନେ ଭୁଷା l

ବନ୍ଦନା କରୁଛି ମାଆ କାଳ ଏହି ଉଷା ll


ପଦ୍ମପୁଷ୍ପେ ବାସ ମାତ ମାଆ ପଦ୍ମାଳୟା l

ଦୀନ ଦୁଃଖୀଜନେ ସଦା ରଖୁଥିବୁ ଦୟା ll


ହରିପ୍ରୀୟା କର ଦୟା ମାଆ କମଳିନୀ l

ପଦ୍ମ ପୟରେ ଆଶ୍ରୟ ଜଗତର ପ୍ରାଣୀ ll


ଅନ୍ନପୂର୍ଣ୍ଣା ଲୋକମାତା ଜଗତ ଜନନୀ l

ପଦ୍ମା କ୍ଷୀରାବ୍ଧିତନୟା ରମା ନାରାୟଣୀ ll 


ଶ୍ରୀପିଠେ ସୁରପୂଜିତ ଶ୍ରୀମନ୍ଦିରେ ବିଜେ l

ଲକ୍ଷ୍ମୀନାରାୟଣ ପାଦପଙ୍କଜେ ମୁଁ ଭଜେ ll



Rate this content
Log in