ନମଃ ଗଣେଶାୟ ନମଃ
ନମଃ ଗଣେଶାୟ ନମଃ
ବକ୍ରତୁଣ୍ଡ ମହାକାୟ
ଓଁ ଗଣ ଗଣପତାୟ ,
ବୋଲାଅ ତୁମେ ଲମ୍ବୋଦର
ବାବା ମହାସଙ୍କଟୁ ପାରି କର ।
ତୁମ ଆଗମନେ ଆସେ
ଖୁସିର ଲହରୀ,
ସଭିଙ୍କ ଜୀବନେ ଭରି ଦିଅ
ଆଶା ଅସୁମାରୀ ।
ବିଘ୍ନ ହର୍ତ୍ତା ବାବା ତୁମେ
ମୂଷିକ ବାହନ,
ପିତାମାତା ତୁମ ପାଇଁ ଯେ
ସାରା ବିଶ୍ୱ ବ୍ରହ୍ମାଣ୍ଡ ।
ବିଦ୍ୟା ଦାତା ପ୍ରଭୁ ତୁମେ
ହିଁ ବୁଦ୍ଧି ଦାତା,
ଦୂର କର ସଂସାରୁ ତୁମେ
ସବୁ ଦୁଃଖ ଚିନ୍ତା ।
ଗଜାନନ ପ୍ରଭୁ ବିନାଶ କର ହେ
ଦୁନିଆରୁ ପାପ ଭାର,
ବୁଦ୍ଧି ବଳେ ଜିତି ଥିଲ ଦିନେ<
/p>
ହୃଦୟ ସଭିଙ୍କର ।
ଜ୍ଞାନର ଭଣ୍ଡାର ତୁମେ ଜୟ
ପ୍ରଭୁ ସିଦ୍ଧି ବିନାୟକ,
ମନେ ଭରି ଦିଅ ସଭିଙ୍କ ଆଜି
ବିଦ୍ୟା ବୁଦ୍ଧିର ଭଣ୍ଡାର ପ୍ରାୟ ।
କରିଲେ ତୁମ ଅର୍ଚ୍ଚନା ପ୍ରଭୁ
ମିଳେ ଆଶିଷ ଅନେକ,
ତୁମ ଦୁଇ ପୟରେ ଢାଳୁଅଛି
ମୋର ଭକ୍ତି ଅମାପ ।
ନମୋଃ ଗଣେଶ ବିଘ୍ନେଶ
ତୁମେ ହିଁ ଗିରିଜା ନନ୍ଦନ,
କାର୍ଯ୍ୟ ହୁଏ ସବୁ ସଫଳ
ଜପିଲେ ତୁମ ନାମ ।
କରୁଅଛି ବିନତୀ ଆଜି ପ୍ରଭୁ
ତୁମେ ହିଁ ବିଦ୍ୟାର ସାଗର,
ଦିଅ ଭରି ମନେ ଜ୍ଞାନ
ମନୁ ଭୟ ହେଉ ଦୂର । ।